ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରାୟତଃ ଅନେକ ଲୋକ ଟ୍ରେନ୍ ରେ ଯାତ୍ରା କରିବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଅନେକ ସମୟରେ ଯାତ୍ରୀ ଟ୍ରେନ୍ ଭିତରେ ହଇରାଣ ହେବା ସହ ଭୟବିତ ମଧ୍ୟ ହୋଇଥାନ୍ତି । ଆପଣମାନେ ଭାବୁଥିବେ କି ଏହାର ମୁଖ୍ୟ କାରଣ ହେଉଛି ଚୋରୀ କିମ୍ବା ଡାକୟତି । ଏହାର ପ୍ରକୃତ କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଆଜ୍ଞା ହଁ ଲମ୍ବା ସମୟ ପର୍ଯ୍ୟନ୍ତ ଟ୍ରେନ୍ରେ ଯାତ୍ରା କଲା ବେଳେ ଅନେକ ସମୟରେ ମୂଷାଙ୍କ ଆତଙ୍କ ଦେଖିବାକୁ ମିଳିଥାଏ । ଏହି ମୂଷା ମାନେ ଯାତ୍ରୀଙ୍କୁ ହଇରାଣ କରିବା ସହ ଯାତ୍ରୀଙ୍କ ଲଗେଜ୍ ମଧ୍ୟ କାଟି ଦେଇଥାନ୍ତି । ଏନେଇ ପଶ୍ଚିମ ରେଲୱେର ଜଣେ ଆରଟିଆଇ ସୂଚନା ଦେଇଛନ୍ତି କି, ନିଜ ଅଞ୍ଚଳରେ ପେଷ୍ଟ କଣ୍ଟ୍ରୋଲ ମାନେ ମୂଷା ମାରିବା ଔଷଧ ପକାଇବା ପାଇଁ ତିନି ବର୍ଷ ମଧ୍ୟରେ ୧.୫୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ।
ଭାରତୀୟ ରେଲୱେର ସବୁଠାରୁ ଛୋଟ ଜୋନ୍ ହେଉଛି ପଶ୍ଚିମ ରେଲୱେ । ଯାହା ମୁଖ୍ୟତଃ ପଶ୍ଚିମ ଭାରତକୁ ଯୋଡୁଥିବା ଟ୍ରେନ୍ କୁ ସଂଚାଳନ କରିଥାଏ । ରେଲୱେ ପକ୍ଷରୁ କୁହାଯାଇଛି, ତିନି ବର୍ଷ ମଧ୍ୟରେ ୫୪୫୭ ମୂଷାକୁ ମାରିବା ପାଇଁ ୧.୫୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମୂଷା ମାରିବା ପାଇଁ ପ୍ରତିଦିନ ୧୪ ହଜାର ଟଙ୍କାର ଔଷଧ ପକାଯାଉଛି । ଏତେ ମାତ୍ରାରେ ଟଙ୍କା ଖର୍ଚ୍ଚ କରାଯାଇ ଔଷଧ ପଡିବା ପରେ ମଧ୍ୟ ମୂଷାଙ୍କ ଉତ୍ପାତ କମୁନି ।