ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣ ଟ୍ରେନରେ ଯାତ୍ରା କରିବାକୁ ଯାଉଛନ୍ତି କିମ୍ବା ପୂର୍ବରୁ ରିର୍ଜଭେସନ କରିଦେଇଛନ୍ତି । ତେବେ ନିହାତି ଚେକ୍ କରନ୍ତୁ କ୍ୟାନ୍ସଲ ଟ୍ରେନ ତାଲିକା । ଆଜି ୭୦୦ ରୁ ଅଧିକ ଟ୍ରେନ୍ ରଦ୍ଦ କରିଛି ରେଲୱେ । ଏହି କ୍ରମରେ ଆପଣ ଆପଣଙ୍କ ଷ୍ଟାଟସ ଚେକ କରିବା ନିହାତି ଜରୁରୀ । ଯାହାଫଳରେ ଆପଣଙ୍କୁ ଷ୍ଟେସନ ଯାଇ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ ନାହିଁ ।
ଇଣ୍ଡିଆନ ରେଲୱେ ର ଅଫିସିଆଲ ୱେବସାଇଟ ମୁତାବକ, ୧୮ ଜୁନ୍ ୨୦୨୨ ରେ ୭୧୯ ଟ୍ରେନ ରଦ୍ଦ କରିବାର ନିଷ୍ପତି ନେଇଛି ରେଲୱେ । ଏହାସହିତ ଅନେକ ଟ୍ରେନର ଷ୍ଟାଟସରେ ମଧ୍ୟ ପରିବର୍ତ୍ତନ କରାଯିବା ସହ ଅନେକ ଟ୍ରେନକୁ ରିସିଡ୍ୟୁଲ ମଧ୍ୟ କରାଯାଇଛି । ତେବେ ତୁରନ୍ତ ଚେକ କରନ୍ତୁ ତାଲିକା..
ରେଲୱେ ଦ୍ୱାରା ରଦ୍ଦ କରାଯାଇଥିବା ଟ୍ରେନ ମଧ୍ୟରେ ମେଲ, ପାସେଞ୍ଜର, ଏକ୍ସପ୍ରେସ ସମେତ ଅନ୍ୟ ଟ୍ରେନ ମଧ୍ୟ ସାମିଲ ଅଛି ।
କିଭଳି ଦେଖିବେ ରଦ୍ଦ ଟ୍ରେନ ତାଲିକା:
– ରଦ୍ଦ ଟ୍ରେନ ତାଲିକା ଚେକ୍ କରିବା ପାଇଁ ଆପଣଙ୍କୁ ସର୍ବପ୍ରଥମେ ଅଫିସିଆଲ ୱେବସାଇଟକୁ https://enquiry.indianrail.gov.in/mntes/ ଯିବାକୁ ହେବ ।
– ଏହାପରେ ଏକ୍ସସେପ୍ସନାଲ ଟ୍ରେନ ଅପ୍ସନ କ୍ଲିକ କରିବାକୁ ହେବ ।
– ସେଠାରେ ଆପଣଙ୍କୁ ରଦ୍ଦ, ରିସିଡ୍ୟୁଲ ଏବଂ ଡାଇଭର୍ଟ ଟ୍ରେନର ତାଲିକା ଉପରେ କ୍ଲିକ କରିବାକୁ ହେବ ।
– ଏହାପରେ ଆପଣଙ୍କୁ ସେଠାରେ ଏକ ତାଲିକା ଦିଆଯିବ, ସେଥିରୁ ଆପଣ ଟ୍ରେନର ନଂ ସହଜରେ ଚେକ କରିପାରିବେ ।