ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟ୍ରେନ୍ ଯାତ୍ରୀଙ୍କ ପାଇଁ ନୂତନ ସେବା ଆରମ୍ଭ କରିଛି ଭାରତୀୟ ରେଲୱେ । କରୋନା କାଳରେ ଯାତ୍ରୀଙ୍କ ସୁରକ୍ଷା ପାଇଁ ବଡ ପରିବର୍ତ୍ତନ କରିଛି ରେଲୱେ । ସେହି ଅନୁଯାୟୀ ଟିକେଟ ବୁକିଂ ପାଇଁ ଏବେ ହିନ୍ଦୀରେ ବି ୟୁଟିଏସ ଆପ୍ ର ସୁବିଧା ଦେଇଛି ଭାରତୀୟ ରେଲୱେ ।
ରେଳ ମନ୍ତ୍ରାଳୟ ମୁତାବକ, ୟୁଟିଏସ ମୋବାଇଲ ଆପ୍ ୟୁଜର୍ସ ଏବେ ହିନ୍ଦୀ ଭାଷାରେ ବି ରେଲୱେ ଟିକେଟ ବୁକିଂ କରିପାରିବେ । ନ୍ୟୁଜ୍ ଏଜେନ୍ସି ଏଏନଆଇର ରିପୋର୍ଟ ମୁତାବକ, ଭାରତୀୟ ରେଲୱେ ଦ୍ୱାରା ବିକସିତ କରାଯାଇଥିବା ଆପ ଲୋକଙ୍କ ପାଇଁ ଏକ ନୂତନ ସୁବିଧା ନେଇ ଆସିଛି । ପୂର୍ବରୁ ଏହି ଆପ୍ ଇଂରାଜୀ ଭାଷାରେ ଉପଲବ୍ଧ ଥିଲା । କିନ୍ତୁ ଏବେ ଏଥିରେ ହିନ୍ଦୀ ଭାଷା ମଧ୍ୟ ସାମିଲ କରାଯାଇଛି । ଏହାଦ୍ୱାରା ଯାତ୍ରୀ ସହଜରେ ତାଙ୍କ ଭାଷାରେ ଟିକେଟ ବୁକିଂ କରିପାରିବେ ।
ରେଳ ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନ ଏହି ଆପର ପ୍ରାୟ ୧.୪୭ କୋଟି ପଞ୍ଜୀକୃତ ଉପଭୋକ୍ତା ଅଛନ୍ତି ଏବଂ ଧୀରେ ଧୀରେ ଏହି ସଂଖ୍ୟା ଆଗକୁ ବୃଦ୍ଧି ହୋଇପାରେ । କରୋନା ମହାମାରୀର ସଂକ୍ରମଣକୁ ଦୃଷ୍ଟିରେ ରଖି ଯାତ୍ରୀମାନେ ମଧ୍ୟ ଟିକେଟ୍ କାଉଣ୍ଟରରୁ ଟିକେଟ୍ ପାଇବାରେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଭଳି ପରିସ୍ଥିତିରେ ରେଳବାଇ ୟୁଟିଏସ ଆପ୍ ଲଞ୍ଚ କରିଥିଲା ଯାହା ଦ୍ୱାରା ଲୋକମାନେ ନିଜେ ସାଧାରଣ ଟିକେଟ ବୁକ୍ କରିପାରିବେ। ଏହି ଆପ୍ ଲଞ୍ଚ ହେବା ପରେ ଲୋକମାନେ ସହଜରେ ଟିକେଟ୍ ବୁକ୍ କରିପାରିବେ ।