ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କୃଷକଙ୍କୁ ଆଶ୍ୱସ୍ତି ଦେବା ପାଇଁ ଭାରତୀୟ ରେଲୱେର ଆଉ ଏକ ପ୍ରୟାସ । ଫଳ ଏବଂ ପନପରିବା ପରିବହନ ପାଇଁ ଭାରତୀୟ ରେଲୱେ ଅଗଷ୍ଟ ୭ ମାନେ ଆଜିଠୁ ପ୍ରଥମ ‘କିଷାନ ରେଲ’ ସେବାର ଶୁଭାରମ୍ଭ କରିବାକୁ ଯାଉଛି । ଏନେଇ ଗୁରୁବାର ରେଲୱେ ପକ୍ଷରୁ କୁହାଯାଇଛି କି ଏଭଳି ପ୍ରଥମ ରେଳଗାଡି ମହାରାଷ୍ଟ୍ରର ଦେବଲାଲୀ ରୁ ବିହାରର ଦାନାପୁର ମଧ୍ୟରେ ଚାଲିବ ।
ଚଳିତ ବର୍ଷ ଫେବୃଆରୀରେ ଘୋଷଣା ହୋଇଥିବା ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ କି ଖରାପ ହେଉଥିବା ଫଳ ଏବଂ ପନିପରିବାର ମାଲପରିବହନ ପାଇଁ ‘କିଷାନ ରେଲ’ ଚାଲିବ । ସାର୍ବଜନିକ ଘରୋଇ ଭାଗିଦାରୀ ଯୋଜନା ଅନୁସାରେ ଶୀତଳ ଭଣ୍ଡାର ସହିତ ପରିବହନର ବ୍ୟବସ୍ଥା କରାଯିବ ।
ରେଳ ମନ୍ତ୍ରାଳୟ ଏକ ବକ୍ତବ୍ୟରେ କହିଛି କି, ଚଳିତବର୍ଷ ବଜେଟରେ ଶୀଘ୍ର ଖରାପ ହେଉଥିବା କୃଷି ଉତ୍ପାଦ ପାଇଁ କିଷାନ ରେଲ ଚଲାଇବାର ଘୋଷଣା କରାଯାଇଛି । ସେହିଅନୁଯାୟୀ ପ୍ରଥମ କିଷାନ ରେଲ ଅଗଷ୍ଟ ୭ ରେ ଦିନ ୧୧ଟାରେ ଦେବଲାଲୀରୁ ଦାନାପୁର ପାଇଁ ଚାଲିବ । ସପ୍ତାହିକ ଆଧାରରେ ଏହି ଟ୍ରେନ ଚାଲିବ ।
ମଧ୍ୟ ରେଲୱେର ଭୁସାବଲ ଡିଭିଜନ ପ୍ରାଥମିକ ଭାବେ କୃଷି ଆଧାରିତ ଡିଭିଜନ ଅଟେ । ନାସିକ ତଥା ତାର ଆଖପାଖ ଅଞ୍ଚଳରେ ବହୁତ ମାତ୍ରାରେ ତାଜା ପନିପରିବା, ଫଳ, ପିଆଜ ଆଦି ଅନ୍ୟ କୃଷି ଉତ୍ପାଦ ଉତ୍ପାଦନ ହୋଇଥାଏ । ଏହାକୁ ଯଦି ଠିକ୍ ଭାବେ ରଖା ନଯାଏ ତେବେ ଏହା ବହୁତ ଶୀଘ୍ର ଖରାପ ହୋଇଯାଇଥାଏ । ଏହି କୃଷି ଉତ୍ପାଦକୁ ପାଟନା, ଇଲାହାବାଦ, କଟନୀ ତଥା ଅନ୍ୟ ଅଞ୍ଚଳକୁ ପଠାଯାଇଥାଏ ।
ଏହି କିଷାନ ରେଲ କୃଷି ଉତ୍ପାଦକୁ ଗନ୍ତବ୍ୟ ସ୍ଥଳରେ ପହଁଚାଇବାର କାମ କରିବ । ଏହି ଟ୍ରେନ୍ ନାସିକ ରୋଡ, ମନମାଡ, ଜଳଗାଂବ, ଭୁସାବଲ, ବୁରହାନପୁର, ଖଂଡବା, ଇଟାରସୀ, ଜବଲପୁର, ସତନା,କଟନୀ, ମାଣିକପୁର, ପ୍ରୟାଗରାଜ, ଛେଓକି, ଦିନଦୟାଲ ଉପାଧ୍ୟାୟ ନଗର ଏବଂ ବକ୍ସର ରେ ରହିବ ।