ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ମନୋଜ ସିହ୍ନା କାର୍ଯ୍ୟଭାର ସମ୍ଭାଳିବା ପରେ ସେ ତାଙ୍କର ଏଜେଣ୍ଡା ଏବଂ ରୋଡମ୍ୟାପର ଖୁଲାସା କରିବେ । ସେଥିପାଇଁ ଶୁକ୍ରବାର ସମସ୍ତ ପ୍ରଶାସନିକ ସଚିବଙ୍କ ବୈଠକ ଡକାଇଛନ୍ତି ସିହ୍ନା ।
ଜିଏଡି ପକ୍ଷରୁ ଜାରି କରାଯାଇଥିବା ଅଦେଶରେ କୁହାଯାଇଛି କି, ସମସ୍ତ ପ୍ରଶାସନିକ ସଚିବ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ହୁଅନ୍ତୁ । କୁହାଯାଉଛି କି ଏହି ବୈଠକରେ ସେ ତାଙ୍କର ଭିଜନ ସମସ୍ତଙ୍କ ସାମ୍ନାରେ ରଖିବେ । କିଭଳି ଭାବେ ପ୍ରଶାସନ ଚାଲିବ ତଥା ପ୍ରଥମିକତା କଣ ରହିବ, ଏହାର ରୂପରେଖ ସେ ଅଧିକାରୀଙ୍କ ସମକ୍ଷ ରଖିବେ ।
ସେହିପରି ଆଜି ଦିନ ସାଢେ ୧୨ ଟାରେ ଶପଥ ଗ୍ରହଣ ସମାରୋହ ଆୟୋଜିତ କରାଯାଇଛି । ସେଥିପାଇଁ ୧୨୦ ଲୋକଙ୍କୁ ନିମନ୍ତ୍ରିତ କରାଯାଇଛି । ଏଥିରେ ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ସହିତ ପ୍ରଶାସନିକ , ପୋଲିସ ତଥା ସେନା ଅଧିକାରୀ ସାମିଲ ଅଛନ୍ତି ।