ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଏବେ ମୁମ୍ବାଇରେ ଏକ ଚଳନ୍ତା ବସ୍ କୁ ଟେଷ୍ଟିଙ୍ଗ ସେଣ୍ଟରରେ ପରିବର୍ତ୍ତନ କରାଯାଇଛି । ପୁଣେର କୃଷ୍ଣା ଡାୟଗ୍ନୋଷ୍ଟକ ନାମରେ ଏକ ଫାର୍ମ ଭାରତ ପ୍ରଥମ କୋଭିଡ୧୯ ଟେଷ୍ଟିଂ ବସ୍ ପ୍ରସ୍ତୁତ କରିଛି । ଯାହାଫଳରେ ମହାରାଷ୍ଟ୍ରରେ ଅଧିକାଂଶ ଟେଷ୍ଟିଂ ହୋଇପାରିବ । ଏହି ଟେଷ୍ଟିଙ୍ଗ ସୁବିଧାକୁ ପ୍ରସ୍ତୁତି କରିବାରେ ଆଇଆଇଟି ଅଲ୍ୟୁମନାଇ କାଉଁସିଲ ବି ସହଯୋଗ କରିଛି ।
ଏହି ବସ୍ ରେ ଅନ୍ ବୋର୍ଡ ଜେନେଟିକ୍ ଟେଷ୍ଟିଙ୍ଗ, ଆର୍ଟିଫିସିଆଲ ଇଂଟେଲିଜେନ୍ସ ଉପରେ ଆଧାରିତ ଟେଲିରେଡିଓଲୋଜି ଏବଂ ଡିଜିଟାଲ ଏକ୍ସରେ ର ସୁବିଧା ରହିଛି । ଏହାବ୍ୟତିତ ରକ୍ତ ପରୀକ୍ଷା, ଅକ୍ସିଜେନ୍ ସ୍ୟାଚୁରେଶନ ଟେଷ୍ଟ ବି ରହିଛି । ଏହାର ନିର୍ମାତାଙ୍କ କହିବାନୁଯାୟୀ ଏହି ବସ୍ କରୋନା ଭାଇରସ ଟେଷ୍ଟିଂର ଖର୍ଚ୍ଚକୁ ୮୦ ପ୍ରତିଶତ କମ କରିଦେବ ।
ବର୍ତ୍ତମାନ ଏହି ବସ୍ ରେ କେବଳ ୧୦ ରୁ ୧୫ ସାମ୍ପଲ ନେବାର ସକ୍ଷମ ରହିଛି । କାରଣ ପ୍ରତ୍ୟେକ ସାମ୍ପଲ କଲେକ୍ସନ ପରେ ଏହାକୁ ଡିସଇଂଫେକ୍ଟ କରାଯାଇଥାଏ । ଆଗକୁ ମନସୁନ ଆରମ୍ଭ ହୋଇଯିବ । ଏହାକୁ ଦୃଷ୍ଟିରେ ରଖି ଏଭଳି ଉପାୟ ଆରମ୍ଭ କରାଯାଇଛି । ଏହି ବସ୍ ରାଜ୍ୟ ଓ ସହରର ବିଭିନ୍ନ ସ୍ଥାନକୁ ଯାଇ ସାମ୍ପଲ ନେଇପାରିବ ।