ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତୀୟ ସେନାରେ ଏମିତି ଏକ ଡିଭାଇସ ସାମିଲ ହେବାକୁ ଯାଉଛି, ଯାହା ଦ୍ୱାରା ଆତଙ୍କବାଦୀ ନା ଲୁଚି ପାରିବେ, ନା ବଞ୍ଚି ପାରିବେ ।
ଆର୍ମି ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ସମୟରେ ସବୁ ବେଳେ ଆତଙ୍କବାଦୀ ମାନେ ଲୁଚି ଲୁଚି ଯବାନଙ୍କୁ ଟାର୍ଗେଟ କରି ଗୁଳି ଚାଳନା କରନ୍ତି । ‘ପାର୍ଥ ଗନ ସଟ’ ଏଭଳି ଏକ ଡିଭାଇସ ଯାହା ସହାୟତାରେ ଆତଙ୍କବାଦୀଙ୍କ ସନ୍ଧାନ ଅତି ସହଜରେ ମିଳିପାରିବ । ଗୁଳିବିନିମୟ ସମୟରେ ୪୦୦ମିଟର ପର୍ଯ୍ୟନ୍ତ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରା ପକାଇପାରିବ ଏହି ଡିଭାଇସ ।
ଏଣିକି ଆତଙ୍କବାଦୀ ମାନେ ଆଉ ଲୁଚି ରହି ହାମଲା କରିପାରିବେ ନାହିଁ । ସେମାନଙ୍କୁ ମୁକାବିଲା କରିବା ପାଇଁ ଭାରତୀୟ ସୁରକ୍ଷାବଳରେ ସାମିଲ ହେବାକୁ ଯାଉଛି ‘ପାର୍ଥ ଗନ’ । ଏହି ଡିଭାଇସ ଦ୍ୱାରା ଆତଙ୍କବାଦୀ ମାନଙ୍କୁ ସହଜରେ ଠାବ କରାଯାଇ ହେବା ସହିତ ୪୦୦ ମିଟର ଦୂରରୁ ଫାୟର ଲୋକେଶନ ମଧ୍ୟ ଏହି ଡିଭାଇସ ଦ୍ୱାରା ଜାଣି ହେବ ।
ତେବେ ଏହି ଗନ ସଟ୍ ଲୋକେଟର ଟି ସମ୍ପୂର୍ଣ୍ଣ ସ୍ୱଦେଶୀ । ଏହି ଡିଭାଇସଟି ଭାରତରେ ଆର୍ମି ପ୍ରତିଷ୍ଠାନ ଓ ଏକ ଘରୋଇ ଫାର୍ମର ମିଳିତ ପ୍ରୟାସରେ ଏହି ତିଆରି କରାଯାଇଛି । ଏହି ଡିଭାଇସଟି ଭାରତରେ ତିଆରି ହୋଇଥିବାରୁ ଏହାର ମୂଲ୍ୟ ମଧ୍ୟ ବହୁତ କମ ରହିଛି । ଭାରତରେ ପାର୍ଥ ଗନ ସଟ୍ ତିଆରି କରିବା ପାଇଁ ପାଖାପାଖି ୩ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ମାତ୍ର ଏହି ଧରଣର ସଟ୍ ଲୋକେଟର ବିଦେଶରୁ ମଗାଇଲେ ଏହାର ୨୦ଗୁଣା ଅର୍ଥାତ୍ ୬୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।
ଡିଫେନ୍ସ ଏକ୍ସପୋ ସମୟରେ ଭାରତୀୟ ସେନାର ମେଜର ଅନୁପ ମିଶ୍ର ଏହି ଡିଭାଇସର ଟ୍ରେଲର ଦେଖାଇବା ସହିତ ଏହାର ବିଶେଷତା ବିଷୟରେ ଜଣାଇଛନ୍ତି । ସୂଚନା ଅନୁସାରେ ଖୁବ ଶୀଘ୍ର ଏହି ଡିଭାଇସ ଭାରତୀୟ ସେନାରେ ସାମିଲ ହେବାକୁ ଯାଉଛି ।