ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସୋମବାର ସକାଳୁ ଇଣ୍ଡିଗୋ ଉଡା ଜାହାଜରେ ନେଟୱାର୍କିଂ ସମସ୍ୟା ଉପୁଜିଛି । ଯାହାଫଳରେ ଉଡାଣ ଭରିବାରେ ବାଧା ସୃଷ୍ଟି ହୋଇଛି । ଏନେଇ କମ୍ପାନୀ ପକ୍ଷରୁ କୁହାଯାଇଛି କି ନେଟୱାର୍କ ସମସ୍ୟା ଯୋଗୁଁ କମ୍ପାନୀର ସିଷ୍ଟମ ଡାଉନ ରହିଛି । ଯେଉଁଥି ପାଇଁ ବିମାନବନ୍ଦରରେ ସେବାରେ ସମସ୍ୟା ଦେଖାଦେଇଛି ।
କମ୍ପାନୀ ପକ୍ଷରୁ ଆହୁରୀ ମଧ୍ୟ କୁହାଯାଇଛି କି ଏହି ସମସ୍ୟାକୁ ଖୁବ୍ ଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରାଯାଉଛି । ସେପଟେ ଉଡାଣରେ ପ୍ରାଭିବିତ ହେବା ଦ୍ୱାରା ଯାତ୍ରୀଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି ।
ନିକଟରେ ଇଣ୍ଡିଗୋର ଏ୩୨୦ ନିଓ ଇଞ୍ଜିନ୍ ବି ଖରାପ ହୋଇଥିବା ଦେଖିବାକୁ ମିଳିଥିଲା,ଯେଉଁଥି ପାଇଁ ବିମାନକୁ ଫିଲ୍ଡରେ ବିମାନକୁ ଛିଡା କରିବା ପାଇଁ ବିମାନ ନିୟାମକ ଡିଜିସିଏ ଆଦେଶ ଜାରି କରିଥିଲେ । ଗୋଟେ ସପ୍ତାହ ମଧ୍ୟରେ ଏହା ୪ର୍ଥ ମାମଲା ଥିଲା