ନୂଆପଡା (ଏଟିଆର ବୁରୋ): ରାଜ୍ୟରେ ଦିନକୁ ଦିନ ଦାଦନ ଶ୍ରମିକଙ୍କର ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଥବା ବେଳେ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଯେତେ ପଦକ୍ଷପ ନେଲେ ମଧ୍ୟ ଏଥିରେ ଯେପରି କୌଣସି ଫରକ ଆସୁନାହିଁ । ନିଜ ରାଜ୍ୟରେ କାମ ନପାଇବାରୁ ପେଟ ପୋଷିବା ପାଇଁ ସେମାନେ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଇଥାନ୍ତି । ବିଭିନ୍ନ ସମୟରେ ଏହି ଦାଦନ ଶ୍ରମିକମାନଙ୍କୁ ବିଭିନ୍ନ ବସ ଷ୍ଟାଣ୍ଡ, ରେଳ ଷ୍ଟେସନମାନଙ୍କରୁ ଉଦ୍ଧାର କରାଯାଇଥାଏ । ଦଲାଲମାନେ ଏହି ଶ୍ରମିକ ମାନଙ୍କର ଖରାପ ପରିସ୍ଥିତିର ଫାଇଦା ଉଠାଇ ସେମାନଙ୍କୁ ଅନ୍ୟ ରାଜ୍ୟକୁ ଚାଲଣ କରିଥାନ୍ତି । ପ୍ରତ୍ୟେକ ସମୟରେ ଏହିଭଳି ଖବର ସାମ୍ନାକୁ ଆସିଥାଏ ।
ଆଜି ପୋଲିସ ଦୁଇଟି ସ୍ଥାନରୁ ପ୍ରାୟ ୫୮ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ନୂଆପଡ଼ା ଖରିଆର ରୋଡ଼ ଷ୍ଟେସନରୁ ୪୭ଜଣ ଓ କୋରାପୁଟରୁ ୧୧ଜଣଙ୍କୁ ଉଦ୍ଧାର କରାଯାଇଛି । ଏହା ଦୁଇ ଦିନ ପୂର୍ବରୁ ନୂଆପଡା ଜିଲ୍ଲାରୁ ୯୭ଜଣ ଶ୍ରକିକଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଜି ପୁଣି ୪୭ଜଣଙ୍କୁ ଉଦ୍ଧାର କରାଯାଇଛି । ଦାଦନ ଶ୍ରମିକଙ୍କ ମଧ୍ୟରେ ଅନେକ ଶିଶୁ ମଧ୍ୟ ରହିଥିବା ଖବର ସାମ୍ନାକୁ ଆସୁଛି । କୌଣସି ସୂତ୍ରରୁ ପୋଲିସ ଖବର ପାଇ ନୂଆପଡା ଖରିଆ ରୋଡ଼ ଷ୍ଟେସନ ନିକଟରୁ ୪୭ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର ଶ୍ରମିକମାନଙ୍କ ମଧ୍ୟରେ ୧୮ଜଣ ପୁରୁଷ, ୧୧ଜଣ ମହିଳା ଓ ୧୮ଜଣ ଶିଶୁ ଥିବା ଜଣାପଡ଼ିଛି । ସେହିଭଳି କୋରାପୁଟରୁ ଉଦ୍ଧାର ହୋଇଥିବା ୧୧ଜଣ ଶ୍ରମିକ ବସ ଯୋଗେ ରାଇଘରରୁ ବିଶାଖାପାଟଣାକୁ ଦାଦନ ଚାଲାଣ କରାଯାଉଥିବା ବେଳେ କୋରାପୁଟ ପୋଲିସ ଚଢାଉ କରି ସେମାନଙ୍କୁ ଉଦ୍ଧାର କରିଛି । ଉଦ୍ଧାର ୧୧ଜଣ ଶ୍ରମିକମାନଙ୍କ ମଧ୍ୟରେ ୫ଜଣ ନାବାଳକ ଥିବା ଜଣାପଡ଼ିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024