ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାମ୍ମୁ-କାଶ୍ମୀରରେ ସ୍ଥାନୀୟ ଲୋକଙ୍କ ବିରୋଧ ପ୍ରଦର୍ଶନ ଏବଂ ପୋଲିସ ଫାୟାରିଂ ର କଥିତ ଖବରକୁ ଜାମ୍ମୁ-କାଶ୍ମୀର ପୋଲିସ ଖାରଜ କରିଛି । ଗୃହମନ୍ତ୍ରାଳୟ ପରେ ଏବେ ଜାମ୍ମୁ-କାଶ୍ମୀର ପୋଲିସ କାଶ୍ମୀରରେ ଗୁଳି ଫୁଟା ଘଟଣାର ରିପୋର୍ଟକୁ ଖାରଜ କରିଛନ୍ତି । ଏହାସହିତ ପୋଲିସ ପକ୍ଷର କୁହାଯାଇଛି କି ପାଖାପାଖି ଗୋଟେ ସପ୍ତାହ ହେବ କୌଣସି ଫାୟାରିଂ ହୋଇ ନାହିଁ । ଏବେ ଘାଟିରେ ସ୍ଥିତି ଶାନ୍ତ ରହିଛି ।
ପ୍ରକୃତରେ, କାର୍ଯ୍ୟସମିତି ବୈଠକ ଅବସରରେ ରାହୁଲ ଗାନ୍ଧୀ ଗଣମାଧ୍ୟମ ସାମ୍ନାକୁ ଆସି ସେ ଅଧ୍ୟକ୍ଷ ପଦ ଚୟନ ବିଷୟରେ କିଛି ନ କହି ଜାମ୍ମୁ-କାଶ୍ମୀର ପ୍ରସଙ୍ଗରେ ସିଧା ସରକାରଙ୍କୁ ଘେରି ଥିଲେ । ସେ କହିଥିଲେ ସରାକାର ଜଣାଇବା ଉଚିତ୍ କି ସେଠାରେ କଣ ଚାଲିଛି । କେବଳ ଏତିକି କହି ରାହୁଲ ସେଠାରୁ ଚାଲି ଯାଇଥିଲେ ।
ଯେତେବେଳେ ରାହୁଲଙ୍କୁ ଅଧ୍ୟକ୍ଷ ଚୟନ ବିଷୟରେ ପଚରାଗଲା ସେ କହିଥିଲେ କି, କାଶ୍ମୀର ପ୍ରସଙ୍ଗ ଯୋଗୁଁ ବୈଠକ ସ୍ଥଗିତ କରିବାକୁ ପଡିଲା । କାରଣ କାଶ୍ମୀରର ସ୍ଥିତି ବହୁତ ଖରାପ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସରକାର ପାରଦର୍ଶିତା ସହିତ ଦେଶକୁ ଜଣାଇବା ଉଚିତ୍ କି ସେଠାରେ କଣ ଚାଲିଛି ।
ଏହାପରେ କାଶ୍ମୀରର ଆଇଜି ପୋଲିସ ଏସପି ପାଣି କହିଛନ୍ତି କି , ଗତ ପାଞ୍ଚ ଦିନ ଭିତରେ ଆମେ ଗୋଟେ ବି ଗୁଳି ଫୁଟାଇ ନାହୁଁ । ଇତି ମଧ୍ୟରେ କିଛି ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମରେ ଏଭଳି ଖବର ଚାଲିଛି କି ଘାଟିରେ ପୋଲିସ ଫାୟାରିଂ କରିଛି । କିନ୍ତୁ ଏହି ଖବର ସମ୍ପୂର୍ଣ୍ଣ ଭୁଲ୍ ଏବଂ ଭ୍ରମ । ଏଭଳି ଖବର ଉପରେ କଦାପି ବିଶ୍ୱାସ କରିବା ଉଚିତ୍ ନୁହେଁ । ଘାଟିରେ ସ୍ଥିତି ଶାନ୍ତ ରହିଛି ଏବଂ ଲୋକ ମଧ୍ୟ ଏଥିପାଇଁ ସହଯୋଗ କରୁଛନ୍ତି ।
ଖବରମୁତାବକ, ଜାମ୍ମୁ-କାଶ୍ମୀର ପୁର୍ନଗଠନ ବିଧେୟକ ୨୦୧୯, ଜାମ୍ମୁ-କାଶ୍ମୀର ଆରକ୍ଷଣ ବିଧେୟକ ୨୦୧୯, ଜାମ୍ମୁ-କାଶ୍ମୀର ରେ ଧାରା ୩୭୦ ଉଚ୍ଛେଦ ପ୍ରସ୍ତାବକୁ ଲୋକସଭା ଏବଂ ରାଜ୍ୟସଭାରେ ପାରିତ କରାଯାଇଥିଲା । ଧାରା ୩୭୦ ଉଚ୍ଛେଦ ହେବା ସମୟରେ ସୀମାରେ ଯେପରି କୌଣସି ଅପ୍ରିୟ ଘଟଣା ନହୁଏ ଏବଂ ନିୟନ୍ତ୍ରିତ କରିବା ପାଇଁ ଘାଟିରେ ଅତ୍ୟଧିକ ମାତ୍ରାରେ ସୁରକ୍ଷାବଳ ନିୟୋଜିତ କରାଯାଇଥିଲା ।