ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଜାମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରେ ଏବେ ଭାରତ ଓ ପାକିସ୍ତାନ ମଧ୍ୟରେ ପୂର୍ବପେକ୍ଷା ତିକ୍ତତା ଅଧିକ ହୋଇଛି । ଯାହାର ପ୍ରଭାବ ଦେଖିବାକୁ ମିଳିଥିଲା ଜାତିସଂଘ ସାଧାରଣ ଅଧିବେଶନରେ । ଏହି ଅଧିବେଶନରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କାଶ୍ମୀର ବିବାଦକୁ ପ୍ରସଙ୍ଗ କରି ଭାରତକୁ ଟାର୍ଗେଟ କରିଥିଲେ । ଅନ୍ୟପଟେ ପାକିସ୍ତାନ ମନ୍ତ୍ରୀ ମଧ୍ୟ ସୂଚନା ଦେଇଥିଲେ ଭାରତ ଓ ପାକିସ୍ତାନ ମଧ୍ୟରେ ଖୁବ ଶିଘ୍ର ଯୁଦ୍ଧ ହୋଇପାରେ । ଯାହାର ପରିଣାମ ସାରା ବିଶ୍ୱ ଭୋଗିବ ବୋଲି ସେ ମତ ରଖିଥିଲେ ।
ତେବେ ପାକିସ୍ତାନକୁ ଉଚିତ ଯବାବ ଦେବାକୁ ଭାରତ ସବୁବେଳେ ପ୍ରସ୍ତୁତ ରହିଛି ବୋଲି ସେନାମୁଖ୍ୟ ବିପିନ ରାୱତ ଏଇ ନିକଟରେ ମତ ରଖିଛନ୍ତି । ଏହିଭଳି ଏକ ସମୟରେ ଭାରତୀୟ ଅନ୍ତରିକ୍ଷ ଅନୁସନ୍ଧାନ ସଂସ୍ଥା ( ଇସ୍ରୋ ) ପକ୍ଷରୁ ଖୁବ ଶୀଘ୍ର ସାଟେଲାଇଟ କାଟସେଂଟ – ୩ ଲଞ୍ଚ କରାଯିବ । ଯାହା ପାକିସ୍ତାନ ଆତଙ୍କବାଦୀଙ୍କ ଗତିବିଧି ଉପରେ ସହଜରେ ନଜର ରଖିବ । ତେବେ ଆରମ୍ଭ ହୋଇଥିବା ଏହି ସାଟେଲାଇଟର କାର୍ଯ୍ୟ ଏବେ କିଛି ଦିନ ପାଇଁ ସ୍ଥଗିତ ରଖା ଯାଇଛି । ଇସ୍ରୋର ଏକ ବଡ ଟିମ ଲ୍ୟାଣ୍ଡର ବିକ୍ରମର ଅନୁସନ୍ଧାନରେ ରହିଛନ୍ତି । ସେ ନେଇ ପ୍ରଚେଷ୍ଟା ଜାରି ରଖିଛନ୍ତି ।
ତେବେ ଏଇ ନମ୍ଭେମ୍ବର କିମ୍ବା ଡିସେମ୍ବର ମଧ୍ୟରେ ଇସ୍ରୋ ଏହାକୁ ଲଞ୍ଚ କରିବ ବୋଲି ଜଣା ପଡିଛି । ସୂଚନା ଅନୁସାରେ ଆସନ୍ତା ୧୦ ମାସ ମଧ୍ୟରେ ଏଇଭଳି ୫ ଟି ସାଟେଲାଇଟ ଛାଡିବାକୁୁ ଇସ୍ରୋ ନଜର ରଖିିଛି । ଯାହା ପାକିସ୍ତାନ ସମେତ ଭାତର ବହୁତ ଗୁଡିଏ ସ୍ଥାନ ଉପରେ ନଜର ରଖିବ । ସୂଚନାଯୋଗ୍ୟ ପୂର୍ବରୁ ଇସ୍ରୋ ପକ୍ଷରୁ କାଟସେଂଟ – ୧ ଓ କାଟସେଂଟ – ୨ ଲଞ୍ଚ ହୋଇ ସାରିଛି ।