ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୨୦୨୧ ବର୍ଷର ପ୍ରଥମ ମିଶନରେ ସଫଳତା ହାସଲ କରିଛି ଇସ୍ରୋ । ଆଜି ସକାଳ ୧୦:୨୪ ରେ ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟାର ସତୀଶ ଧୱନ ଆନ୍ତରୀକ୍ଷ କେନ୍ଦ୍ରରୁ ପିଏସଏଲଭି-ସି୫୧ କୁ ଲଞ୍ଚ କରିଛି ଇସ୍ରୋ ।
ଇସ୍ରୋ ପକ୍ଷରୁ ଜାରି କରାଯାଇଥିବା ବୟାନ ଅନୁସାରେ, ପିଏସଏଲଭି-ସି୫୧, ପିଏସଏଲଭି ର ୫୩ତମ ମିଶନ । ଏହି ରକେଟ ଜରିଆରେ ବ୍ରାଜିଲ ର ଅମେଜୋନିୟା-୧ ଉପଗ୍ରହ ସହିତ ଅନ୍ୟ ୧୮ ଉପଗ୍ରହ ମଧ୍ୟ ଅନ୍ତରୀକ୍ଷକୁ ପଠାଯାଇଛି । ସବୁଠାରୁ ଖାସ୍ କଥା ହେଉଛି ଏଥରକ ଇସ୍ରୋ ସାଟେଲାଇଟ ବ୍ୟତିତ ଭଗବତ ଗୀତାର ଏକ ଇଲେକ୍ଟ୍ରନିକ କପି ମଧ୍ୟ ଅନ୍ତରୀକ୍ଷକୁ ପଠାଇଛି ।
ଏହି ରକେଟକୁ ଚେନ୍ନାଇରୁ ପାଖାପାଖି ୧୦୦ କିଲୋମିଟର ଦୂରତା ବିଶିଷ୍ଟ ଶ୍ରୀହରିକୋଟାରୁ ପ୍ରକ୍ଷେପିତ କରାଯାଇଛି । ପିଏସଏଲଭି-ସି୫୧ କୁ ଫେବୃଆରୀ ୨୮ସକାଳ ୧୦ ଟା ୨୪ ମିନିଟ୍ ରେ ଲଞ୍ଚ କରାଯାଇଛି ।