ନୂଆଦିଲ୍ଲୀ,(ଏଟିଆର ବ୍ୟୁରୋ): ଆୟକର ବିଭାଗ ଜାଲରେ ୱେବ୍ ଗଣମାଧ୍ୟମ ସଂସ୍ଥା । ଖୁବ କମ ଦିନରେ ନାଁ କରିଥିବା ୱେବ ଚ୍ୟାନେଲ ‘ଦ କ୍ୱିଣ୍ଟ’ ପ୍ରତିଷ୍ଠାତା ରାଘବ ବେହଲଙ୍କ ଘରେ ଛାପା ମାରିଛି ଆୟକର ବିଭାଗ । ଅଭିଯୋଗ ହୋଇଛି ଟିକସ ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ କରାଯାଇଛି ।
ସେପଟେ ଟିକସ ଫାଙ୍କିବା ଘଟଣାର କୌଣସି ସତ୍ୟତା ନାହିଁ ବୋଲି ସୂଚନା ଦେଇଛନ୍ତି ଦ କ୍ୱିଣ୍ଟ ପ୍ରତିଷ୍ଠାତା ରାଘବ ବେହଲ । ତେବେ ଅଚାନକ ଆଜି ଆୟକର ବିଭାଗ କାର୍ଯ୍ୟାଳୟରେ ଛାପା ମାରିଥିଲା । ବିଭିନ୍ନ କାଗଜପତ୍ର ଯାଞ୍ଚ ସହ ଆକାଉଣ୍ଟସ ଅଧିକାରୀଙ୍କ ବୟାନ ରେକର୍ଡ କରିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ସେହିପରି ରାଘବଙ୍କ ନୋଏଡା ସ୍ଥିତ ଘରେ ମଧ୍ୟ ଚଢ଼ାଉ ହୋଇଥିବା ଖବର ମିଳିଛି ।
ଅନ୍ୟ କୌଣସି ଉଦ୍ଦେଶ୍ୟ ରଖି ଏଭଳି ଚଢ଼ାଉ କରାଯାଇଥିବା ରାଘବ କହିଥିବା ବେଳେ ଯେପରି ଏହି ଚଢ଼ାଉ ଆଳରେ ସଂସ୍ଥାର କୌଣସି ଗୁପ୍ତ ତଥ୍ୟ ଚୋରି ନହୁଏ ତାହା ସେ ଗଣମାଧ୍ୟମକୁ ଜଣାଇଛନ୍ତି ।