ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଏବେ ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନରେ ଅନୀୟମିତତା ଏକ ପ୍ରମୁଖ ସମସ୍ୟା ପାଲିଟିଛି । ଆମ ଦେଶ ଭାରତରେ ମଧ୍ୟ ଏହାର ପ୍ରଭାବ ବିଭିନ୍ନ ସମୟରେ ଦେଖିବାକୁ ମିଳୁଛି । ତେବେ ଏହାକୁ ଦୃଷ୍ଟିରେ ରଖି ଇଟାଲିରେ ଏବେ ସ୍କୁଲ ପାଠ୍ୟ ଖସଡାରେ ଜଳବାୟୁ ପରିବର୍ତ୍ତନକୁ ନେଇ ଏକ ବିଷୟ ସାମିଲ କରାଯିବ । ଏନେଇ ଇଟାଲିର ଶିକ୍ଷାମନ୍ତ୍ରୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଆଗକୁ ଆସୁଥିବା ନୂଆ ଶିକ୍ଷା ବର୍ଷ ଠାରୁ ଏହା ପାଠ୍ୟ ଖସଡାରେ ସାମିଲ କରାଯିବ ।
ଗଣିତ, ଭୂଗୋଳ , ଭୌତିକ ବିଜ୍ଞାନ ସହିତ ଏହାକୁ ସାମିଲ କରାଯିବ । ସପ୍ତାହକୁ ନ ଅନୁନ୍ୟ ଘଣ୍ଟାଏ ଧରି ପିଲାମାନଙ୍କୁ ଏହି ଶିକ୍ଷା ପ୍ରଦାନ କରାଯିବ । ଜଳବାୟୁ ପରିବର୍ତ୍ତନ ସହିତ କାହିଁକି ଜଳବାୟୁ ପରିବର୍ତ୍ତନରେ ଅନୀୟମିତତା ଦେଖାଯାଏ ସେ ବିଷୟରେ ମଧ୍ୟ ପିଲାଙ୍କୁ ଶିକ୍ଷା ଦିଆଯିବ । ସବୁଠାରୁ ବଡକଥା ହେଉଛି ଏହି ନୂତନ ବିଷୟ ପାଠ୍ୟ ଖସଡାରେ ସାମିଲ କରାଗଲେ ଏହା ବିଶ୍ୱର ପ୍ରଥମ ଦେଶ ହେବ । କାରଣ ପୂର୍ବରୁ ଅନ୍ୟଦେଶରେ ବିଜ୍ଞାନରେ ଏହାକୁ ଅନ୍ତର୍ଭୁକ୍ତ କରି ପିଲାଙ୍କୁ ଶିକ୍ଷା ଦିଆ ଯାଉଥିଲା । ମାତ୍ର ଏଠାରେ ଏହାକୁ ଗଣିତ ଓ ସାହିତ୍ୟ ବିଷୟ ଭଳି ଏକ ସ୍ୱତନ୍ତ୍ର ବିଷୟ ଭାବେ ପଢାଯିବ ।