ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାରୀମାନଙ୍କ ଉପରେ ବିବାଦୀୟ ବୟନ ଦେଇ ଏବେ ସମାଲୋଚନ ଘେରରେ କୋଲକାତା ଯାଦବପୁର ବିଶ୍ୱବିଦ୍ୟାଳୟର ପ୍ରଫେସର କନକ ସର୍କରା । ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ପୋଷ୍ଟ ଜରିଆରେ ନାରୀମାନଙ୍କ କୁମାରୀତ୍ୱକୁ ପେପ୍ସି ଠିପି ଏବଂ ବିସ୍କୁଟ ପ୍ୟାକେଟ ସହ ତୁଳନା କରିଛନ୍ତି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି ।
କନକ ସର୍କାର ତାଙ୍କ ସୋସିଆଲ ମିଡିଆରେ ଲେଖିଛନ୍ତି କି , ପ୍ରାୟତଃ ଅନେକ ବ୍ୟକ୍ତି ଯୁବକ ବୁଦ୍ଦୁ ଥାନ୍ତି । ସେମାନେ କୁମାରୀ ଝିଅଙ୍କୁ ପତ୍ନୀ ରୂପେ ପାଇବାର ଲାଭ ବୁଝି ପାରୁ ନାହାଁନ୍ତି । ନାରୀମାନେ ହେଉଛନ୍ତି ମୁଦଦିଆ କୋଲ୍ଡଡ୍ରିଙ୍କସ୍ ବୋତଲ କିମ୍ବା ଅନ୍ୟ କୌଣସି ସିଲ୍ଡ ପ୍ୟାକେଡ ଭଳି ହୋଇଥାନ୍ତି ।
ଏହି ପୋଷ୍ଟ ଜରିଆରେ ପ୍ରଫେସର ଜଣକ ଲୋକଙ୍କୁ ପ୍ରଶ୍ନ କରିଛନ୍ତି କି ଆପଣ କଣ ସିଲ୍ ଖୋଲାଥିବା ବୋତଲ କିମ୍ବା ପ୍ୟାକେଟ୍ ଖୋଲାଥିବା ବିସ୍କୁଟ୍ କିଣିବେ । ସେ ବିସ୍କୁଟ ପ୍ୟାକେଟ ଏବଂ କୋଲ୍ଡଡ୍ରିଙ୍କସ୍ ବୋତଲର ତୁଳନା ନାରୀଙ୍କ କୁମାରୀତ୍ୱ ସହ କରି କହିଛନ୍ତି, ଯେଉଁଭଳି ଭାବେ ଖୋଲା କୋଲ୍ଡଡ୍ରିଙ୍କସ ଏବଂ ଖୋଲା ବିସ୍କୁଟ ପ୍ୟାକେଟ ହୋଇଥାଏ । ସେହିଭଳି ନାରୀମାନଙ୍କ କୁମାରୀତ୍ୱ ଏବଂ ଆପଣଙ୍କ ପତ୍ନୀ ମାମଲାରେ ବି ସେଭଳି ହୋଇଥାଏ ।
ହୁଏତ ପ୍ରଫେସର ମହିଳାଙ୍କୁ ନେଇ କହିଥିବା ବିବାଦୀୟ ପୋଷ୍ଟ ଟି ପରମୁହୂର୍ତ୍ତରେ ତାଙ୍କ ଫେସବୁକ୍ ଆକାଉଣ୍ଟରୁ ଡିଲିଟ୍ କରି ଦେଇଛନ୍ତି ।
ନଭେମ୍ବର ୯ ତାରିଖରେ ପ୍ରଫେସର ତାଙ୍କ ଫେସବୁକ୍ ଆକାଉଣ୍ଟରେ ଲେଖିଥିଲେ କି ଆଜିକାଲିର ଯୁବକ ଯୁବତୀ ମାନେ ଭାବନ୍ତି କି ସତୀତ୍ୱ ତାଙ୍କ ନୈତିକତାର ଅଂଶବିଶେଷ ନୁହେଁ । ସେଥିପାଇଁ ପୁଅଙ୍କ ଦ୍ୱାରା ଝିଅମାନେ ଶୋଷଣର ଶିକାର ହେଉଛନ୍ତି ।