ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ସିଏଏ ବିରୋଧରେ ଆଜି ଜାମିଆ ମିଲିଆ ଇସଲାମିଆର ଛାତ୍ର ମାନେ ରାଲି କରିବା ବେଳେ ସେଠାରେ ଜଣେ ଯୁବକ ଛାତ୍ର ଆନ୍ଦୋଳନକାରୀଙ୍କ ଉପରକୁ ଗୁଳିମାଡ କରିଥିବା ଦେଖିବାକୁ ମିଳିଥିଲା । ଜାତୀୟ ଗଣମାଧ୍ୟମରେ ପ୍ରସାରିତ ଭିଡିଓ ଅନୁସାରେ ଯୁବକଚ ଜଣଙ୍କ ଆନ୍ଦୋଳନ ସ୍ଥଳରେ ଠିଆ ହୋଇ ପ୍ରଥମେ ନିଜେ ବଡ ପାଟିରେ ଚିତ୍କାର କରି କହିଥିଲା ‘କାହାକୁ ଆଜାଦି ଦରକାର ମୁଁ ତାଙ୍କୁୂ ଆଜାଦି ଦେବି’ ଏମିତି କହି ଯୁବକ ଜଣଙ୍କ ଛାତ୍ରଙ୍କ ଉପରକୁ ଗୁଳି ଚାଳନା କରିଥିଲା ।
ଏହି ଗୁଳି ଚାଳନାରେ ଜଣେ ଯୁବକ ଗରୁତର ହୋଇଥିବା ଜଣା ପଡିଛି । ଅନ୍ୟପଟେ ଗୁଳି ଚାଳନା କରିଥିବା ଯୁବକ ଜଣଙ୍କର ତଥ୍ୟ ଏବେ ସାମ୍ନାକୁ ଆସିଛି । ସେ ଗୁଳି ଚାଳନା କରିବା ପୂର୍ବରୁ ଶୋସାଲ ମିଡିଆରେ ଲାଇଭ ଯିବା ସହିତ ସିଏଏ ପ୍ରସଙ୍ଗକୁ ନେଇ କିଛି ପୋଷ୍ଟ କରିଥିଲା । ତେବେ ହୋଇଥିବା ଏହି ପୋଷ୍ଟରେ ସେ ତାର ନାମ ରାମଭକ୍ତ ଗୋପାଳ ବୋଲି ଦେଇଛି । ଏମିତି କି ପୋଷ୍ଟ ହୋଇଥିବା ଆଇଡିରେ ମଧ୍ୟ ତାର ନାମ ରାମଭକ୍ତ ଗୋପାଳ ବୋଲି ରଖାଯାଇଛି । ସେ ଆନ୍ଦୋଳନକାରୀଙ୍କୁ ପୋଷ୍ଟ ମାଧ୍ୟମରେ ଧମକ ମଧ୍ୟ ଦେଇଥିଲା । ସେ ଲେଖିଛି ଏଠାରେ କୌଣସି ହିନ୍ଦୁ ମିଡିଆ ରହି ନାହାନ୍ତି । ମୁଁ ଏକା ହିନ୍ଦୁ ରହିଛି । ସୂଚନାଯୋଗ୍ୟ ଆଜିକୁ ୪୦ ଦିନରୁ ଅଧିକ ଦିନ ହେଲାଣି ଶାହିନ ବାଗରେ ସିଏଏ ବିରୋଧରେ ଆନ୍ଦୋଳନ ଚାଲି ଆସୁଛି ।