ଜାମ୍ମୁ କାଶ୍ମୀର (ଏଟିଆର ବ୍ୟୁରୋ): ଭାରତୀୟ ସେନାକୁ ମିଳିଛି ବଡ ସଫଳତା । ଜାମ୍ମୁ କାଶ୍ମୀରରେ ମୁତୟନ ହୋଇଥିବା ସୁରକ୍ଷାଧିକାରୀଙ୍କୁ ମିଳିଛି ଏହି ସଫଳତା । ଆତଙ୍କବାଦୀକୁ ଧରିବାରେ ସଫଳତା ହାସଲ କରିଛି ଭାରତୀୟ ସେନା । ସୂଚନାନୁଯାୟୀ, କୁଲ୍ଲନର ଗାନ୍ଦରବଳଠାରେ ହୋଇଥିବା ଆକ୍ରମଣରେ ସେନା ହାତରୁ ଖସି ପଳାଇଥିଲା ଆତଙ୍କୀ । ତେବେ ସେହି ଆତଙ୍କୀକୁ ଗିରଫ କରିଛି ସେନା ।
J&K: Lashkar-e-Toiba terrorist Nisar Dar arrested by security forces last night. He had earlier escaped from an encounter in Kullan Ganderbal in which one Pakistani terrorist was killed.
— ANI (@ANI) January 4, 2020
ଶୁକ୍ରବାର ରାତିରେ ଭାରତୀୟ ସେନା ଲସ୍କର –ଇ- ତୋଇବାର ଆତଙ୍କୀ ନିସାର ଡାରକୁ ଗିରଫ କରାଯାଇଛି । ଅନ୍ୟପଟେ ତୃତୀୟ ଦିନରେ ଆତଙ୍କୀଙ୍କ ସନ୍ଧାନ ନିମନ୍ତେ ସର୍ଚ୍ଚଅପରେସନ ଜାରି ରହିଛି । ତେବେ ସେନା ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସକାଳ ୬ଟାରୁ ସଂନ୍ଧ୍ୟା ୫ଭିତରେ ଘରୁ ବାହାରିବାକୁ ଅନୁରୋଧ କରାଯାଇଛି । ସଂନ୍ଧ୍ୟା ପରେ କେହି ଘରୁ ନବାହାରି ଘର ଭିତରେ ରହିବାକୁ ସେନା ପକ୍ଷରୁ କହୁଯାଇଛି । ଲୋକମାନଙ୍କୁ ସହଯୋଗ କରିବାକୁ ସେନା ଓ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି ।