ମଧ୍ୟପ୍ରଦେଶ (ଏଟିଆର ବ୍ୟୁରୋ); ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶିବରାଜ ସିଂ ଚୈାହାନ । ଗତକାଲି ରାଜ୍ୟରେ ନିର୍ବାଚନୀ ଫଳଫଳ ବାହାରିଛି । ଏଥିରେ ଦଳର ନିରାଶ ଜନକ ପରାଜୟ ପରେ ସରକାର ଗଢ଼ିବା ପାଇଁ ତାଙ୍କ ଦଳ ଅକ୍ଷମ ହୋଇପଡିଛି । ବିଜେପି କର୍ମୀମାନେ ବହୁ ଚେଷ୍ଟା କରିବା ପରେ ମଧ୍ୟ ପରାଜୟ ବରଣ କରିଛନ୍ତି । ଏଣୁ ନିଜର ପରାଜୟକୁ ସ୍ୱୀକାର କରିଥିବା କହିଛନ୍ତି ଶିବରାଜ । ଆଜି ସକାଳେ ରାଜଭବନରେ ରାଜ୍ୟପାଳଙ୍କୁ ଭେଟିବା ସହ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।
ମଧ୍ୟପ୍ରଦେଶରେ ଦୀର୍ଘ ୧୫ ବର୍ଷ ଶାସନକୁ ଫେରିଛି କଂଗ୍ରେସ । ମଧ୍ୟପ୍ରଦେଶର ୨୩୦ ଆସନରୁ କଂଗ୍ରେସ ୧୧୪ଟି ଆସନ ବିଜୟ ହୋଇଛି । ସରକାର ଗଢ଼ିବା ପାଇଁ ୧୧୬ଟି ଆସନ ଦରକାର ହେଉଥିବା ବେଳେ ବିଏସପି ସୁପ୍ରିମୋ ମାୟାବତୀଙ୍କ କଂଗ୍ରେସକୁ ସପୋର୍ଟ କରିବା ଜାଣିବା ପରେ ପରାଜୟକୁ ବରଣ କରିବା ସହ ବାଧ୍ୟ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶିବରାଜ ।