ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ରିଲାନସର ଟେଲିକମ ସେକଟରକୁ ଆସିବା ପରେ ଗୋଟିଏ ପରେ ଗୋଟିଏ ନୂଆ ସିଷ୍ଟମ ଆଣିବାରେ ଲାଗିଛି । ଆରମ୍ଭରୁ ହିଁ ଜିଓର ସଫଳତା ଗ୍ରାଫ ବଢିବାରେ ଲାଗିଛି । ସୂଚନା ଅନୁସାରେ ରିଲାନ୍ସ ଜିଓ ପୁଣି ଏକ ନୂଆ ସେକ୍ଟରରେ ପାଦ ଦେବାକୁ ଯାଉଛି । ଗତ ବର୍ଷ ଏକ କାର୍ଯ୍ୟକ୍ରମରେ ଜିଓ ଘୋଷଣା କରିଥିଲା କି ଜିଓ ହୋମ ଟିଭି ଏବଂ ବ୍ରଡବ୍ରାଣ୍ଡ କନେକସନରେ ଯୋଗ ଦେବ ।
ତେବେ ଯାହା ଜଣା ପଡିଛି ଚଳିତ ବର୍ଷ ଶେଷ ସୁଦ୍ଧା ଜିଓ ହୋମ ଟିଭି ଏବଂ ବ୍ରଡବ୍ୟାଣ୍ଡ ସେକ୍ଟରରେ ସେବା ଯୋଗାଇ ଦେବ । ସେହିଭଳି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ୧୨ ଅଗଷ୍ଟରେ ହେବାକୁ ଥିବା ବୈଠକରେ ଗିଗାଫାଇବର ଲଞ୍ଚ କରିବ । ଏବେ ଗିଗା ଫାଇବର ସମସ୍ତଙ୍କ ପାଇଁ ଉପଲବ୍ଧ ନାହିଁ । ତେବେ ସୂଚନା ମିଳିଛି କମ୍ପାନୀ ଗୀଗା ଫାଇବର ଲଞ୍ଚ କରିବା ନେଇ ପୁରା ପ୍ରସ୍ତୁତି ହୋଇ ସାରିଛି । ଏକା ସହିତ ଗିଗା ଟିଭି ଏବଂ ହୋମ ଟିଭି ମଧ୍ୟ ଲଞ୍ଚ ହୋଇ ପାରେ ।
ତେବେ ଜାଣି ରଖନ୍ତୁ ଏହି ନୂଆ ସିଷ୍ଟମରେ କଣ ରହିଛି ସୁବିଧା ?
ଗିଗାଫାଇବର ୩ ଟି ପ୍ଲାନ ସହିତ ଲଞ୍ଚ ହୋଇ ପାରେ । ୬୦୦ ଟଙ୍କିଆ ପ୍ଲାନରେ କମ୍ପାନୀ ୟୁଜର୍ସକୁ ୫୦ ଏମବିପିଏସ ସ୍ପିଡ ସହିତ ୧୦୦ ଜିବି ଡାଟା ଦେବ । ସେହିଭଳି କମ୍ପାନୀ ୧୦୦୦ ଟଙ୍କିଆ ଏକ ପ୍ଲାନ ମଧ୍ୟ ଆଣିବାକୁ ଯାଉଛି ଯେଉଁଥିରେ ୧୦୦ ଏମବିପିଏସ ସ୍ପିଡ ସହିତ ୧୦୦ ଜିବି ଡାଟା ଦେବ । ସେହିଭଳି ଯଦି ଗିଗା ଟିଭି କଥା କହିବା ୟୁଜର୍ସଙ୍କୁ ୬୦୦ ଚ୍ୟାନେଲ ମିଳିବ ।