ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଭାରତରେ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାରି ମଧ୍ୟରେ ତୃତୀୟ ଲହରି ଆସିବା ନେଇ ସମସ୍ତଙ୍କ ମନରେ ମଧ୍ୟ ଭୟ ଦେଖିବାକୁ ମିଳୁଛି । ଖୁବଶୀଘ୍ର ୧୨ ରୁ ୧୭ ବର୍ଷ ବୟସ୍କ ପିଲାଙ୍କ ପାଇଁ ଉପଲବ୍ଧ ହୋଇପାରେ ସିଙ୍ଗଲ ଡୋଜ ଭ୍ୟାକ୍ସିନ । ଏନେଇ ଜିଲ୍ଲା କ୍ଲିନିକାଲ ଟ୍ରାଏଲ ଲାଗି ଭାରତ ସରାକାରଙ୍କଠାରୁ ଅନୁମତି ମାଗିଛି ଜନସନ ଆଣ୍ଡ ଜନସନ । ଯଦି ସରକାରଙ୍କଠାରୁ ଏଥିପାଇଁ ଅନୁମତିଚ ମିଳେ ତେବେ ଦେଶରେ ଯଥାଶାଘ୍ର ୧୨ ରୁ ୧୭ ବର୍ଷ ପିଲାଙ୍କୁ ସିଙ୍ଗଲ ଡୋଜ ଟିକା ମିଳିବ ।
ଜନସନ ଆଣ୍ଡ ଜନସନ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ମଙ୍ଗଳବାର ଏହାର ଆବେଦନ ଦାଖଲ କରିଛି ଏବଂ କରୋନା ଟିକା ସୁବିଧାରେ ବିଶ୍ୱକୁ ସମାନ ଭାବରେ ଉପଲବ୍ଧ କରାଇବା ପାଇଁ ପ୍ରତିଶ୍ରୃତିବଦ୍ଧ ।
ଆମେରିକୀୟ ଫାର୍ମା କମ୍ପାନା କହିଛି ପିଲାମାନଙ୍କ ପାଇଁ ଟିକା ଆବଶ୍ୟକତାକୁ ଧ୍ୟାନରେ ରଖି ୧୭ ଅଗଷ୍ଟରେ ସେଣ୍ଟ୍ରୋଲ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଆଗ୍ରାନାଇଜେସନକୁ ଏକ ଆବେଦନ ପଠାଇ ୧୨-୧୭ ବର୍ଷ ବୟସରେ ପିଲାମାନଙ୍କ ପାଇଁ ଏହି ଟିକା ପରୀକ୍ଷା ପାଇଁ ଅନୁମତି ଖୋଜିଛି ।