ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆସନ୍ତା ୧୯ ତାରିଖରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ବିଧିବଧ ଦାୟିତ୍ୱ ନେଇ ପାରନ୍ତି ଜେପି ନଡ୍ଡା । ଜେପି ନଡ୍ଡା ଏବେ ବଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ରହିଛନ୍ତି । ସୂଚନାଅନୁସାରେ ଏବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦରେ ରହିଥିବା ଅମିତ ଶାହାଙ୍କ କାର୍ଯ୍ୟକାଳ ଜାନୁଆରୀରୁ ଶେଷ ହୋଇଥିଲେ ମଧ୍ୟ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ପଦବୀରେ ରଖାଯାଇଛି ।
ମାତ୍ର ଆସନ୍ତା ୧୯ ତାରିଖରେ ଏହି ଦାୟିତ୍ୱ ବିଜେପି ବିଧିବଧ ଭାବେ ଜେପି ନଡ୍ଡାଙ୍କୁ ଦେଇପାରେ । ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ସ୍ୱତନ୍ତ୍ର ର୍ନିବାଚନ ହେବ । ନିର୍ବାଚନରେ ଜେପି ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ କରାଯିବ ବୋଲି ଦଳ ପକ୍ଷରୁ ସୂଚନା ମିଳିଛି । ଜେପି ନଡ୍ଡା ଗତ ସରକାରରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ସାରିଛନ୍ତି ।