ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ସୁପ୍ରିମକୋର୍ଟ ବରିଷ୍ଠ ବିଚାରପତି ଭାବେ ଜଷ୍ଟିସ୍ ଡି.ୱାଇ.ଚନ୍ଦ୍ରଚୂଡ ଶପଥ ଗ୍ରହଣ କରିଛନ୍ତି । ଦେଶର ୫୦ତମ ସିଜେଆଇ ଭାବେ ଦାୟିତ୍ୱ ନେଇଛନ୍ତି ଚନ୍ଦ୍ରଚୂଡ । ରାଷ୍ଟ୍ରପତି ଭବନରେ ଚନ୍ଦ୍ରଚୂଡଙ୍କୁ ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
୨୦୨୪ ମସିହା ନଭେମ୍ବର ମାସ ୧୦ ତାରିଖ ପର୍ଯ୍ୟନ୍ତ ବିଚାରପତି ପଦରେ ରହିବେ ଜଷ୍ଟିସ ଚନ୍ଦ୍ରଚୂଡ । ସେ ହେଉଛନ୍ତି ସୁପ୍ରିକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ଯିଏକି ଦୁଇ ବର୍ଷରୁ ଅଧିକ ସମୟ ଏହି ପଦବିରେ ରହିବେ ।
ବିଚାରପତି ଉଦୟ ଉମେଶ ଲଳିତଙ୍କ ସ୍ଥାନ ନେବେ ଧନଞ୍ଜୟ ଓ୍ବାଇ.ଚନ୍ଦ୍ରଚୂଡ଼ ।