ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଆଜି ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ପୂର୍ବତନ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇ । ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ ଗୋଗେଇଙ୍କୁ ଗୋପନୀୟତାର ଶପଥପାଠ କରାଇଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୋଗେଇଙ୍କୁ ରାଜ୍ୟସଭା ପାଇଁ ମନୋନୀତ କରିଥିଲେ । ଏହି ଶପଥପାଠ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଉପସ୍ଥିତ ଥିଲେ ।
ଶ୍ରୀ ଗୋଗେଇଙ୍କୁ ରାଜ୍ୟସଭାରେ ୧୩୧ ନଂ ସିଟ ଦିଆଯାଇଛି । ଗୋଗେଇ ଗତ ନମ୍ଭେମ୍ବର ମାସରେ ଭାରତର ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ । ତାଙ୍କ କାର୍ଯ୍ୟକାଳ ସମୟରେ ଅଯୋଧ୍ୟା ଭୂମି ବିବାଦ, ରାଫେଲ ଲଡାକୁ ବିମାନ ଓ ସାବରିମାଳାରେ ମହିଳାଙ୍କ ପ୍ରବେଶ ଭଳି ଗୁରୁତ୍ୱପୂର୍ଣ୍ଣ ମାମଲାର ନିଷ୍ପିତ୍ତି ଶୁଣାଣି କରିଥିଲେ ।ପ୍ରଧାନବିଚାରପତି ପଦରୁ ଅବସର ନେବା ପରେ ରାଜ୍ୟସଭାକୁ ମନୋନୀତ ହେବାରେ ସେ ପ୍ରଥମ ପ୍ରଧାନ ବିଚାରପତି ।