ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ମହତ୍ୱପୂର୍ଣ୍ଣ ଅଭିଯାନ ଗଗନଯାନ ମିଶନକୁ ନେଇ ଏକ ବୟାନ ଦେଇଛନ୍ତି ଇସ୍ରୋ ମୁଖ୍ୟ କେ.ସିବନ । ସେ କହିଛନ୍ତି , ଏହି ମିଶନ କେବଳ ମାନବକୁ ଅନ୍ତରୀକ୍ଷକୁ ପଠାଇବା ତାହା ନୁହେଁ ବରଂ, ଏହି ମିଶନ ଆମକୁ ଦୀର୍ଘକାଳୀୟ ରାଷ୍ଟ୍ରୀୟ ଏବଂ ଅନ୍ତରାଷ୍ଟ୍ରୀୟ ସହଯୋଗ ପାଇଁ ଏକ ରୂପରେଖ ପ୍ରସ୍ତାବ କରିବାର ଅବସର ପ୍ରଦାନ କରୁଛି ।
କେ. ସିବନ ଆହୁରି ମଧ୍ୟ କହିଛନ୍ତି କି, ଆମେ ସମସ୍ତେ ଜାଣିଛେ ବୈଜ୍ଞାନିକ ରିସର୍ଚ୍ଚ, ଆର୍ଥିକ ବିକାଶ, ଶିକ୍ଷା, ଯାନ୍ତ୍ରିକ ବିକାଶ ଆଦି ପ୍ରମୁଖ ଲକ୍ଷ୍ୟ । ମାନବ ଅନ୍ତରୀକ୍ଷ ଉଡାଣ ଏହି ସମସ୍ତ ଉଦ୍ଦ୍ୟେଶକୁ ପୁରଣ କରିବ ।
ଏହାପୂର୍ବରୁ ଜାନୁଆରୀ ୧ ରେ ଇସ୍ରୋ ପକ୍ଷରୁ ଘୋଷଣା କରାଯାଇଥିଲା କି , ଗଗନଯାନ କାର୍ଯ୍ୟକ୍ରମ ପାଇଁ ୪ ଅନ୍ତରୀକ୍ଷ ଯାତ୍ରୀଙ୍କୁ ଚୟନ କରାଯାଇଛି । ଖୁବ୍ ଶୀଘ୍ର ଋଷରେ ସେମାନଙ୍କା ପ୍ରଶିକ୍ଷଣ ଆରମ୍ଭ ହୋଇଯିବ । ଏହି ସମସ୍ତ ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ଖାଦ୍ୟ ମେନ୍ୟୁ ବି ପ୍ରସ୍ତୁତ ହୋଇଯାଇଛି ।