ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) : କରୋନା ପାଇଁ ଦେଶରେ ଲକ ଡାଉନ ଜାରି ହୋଇଥିବାରୁ ଏବେ ବାହାର ରାଜ୍ୟରେ ଅନେକ ଲୋକ ଫସି ରହିଛନ୍ତି । ଯେଉଁଥି ପାଇଁ ବାହାରେ ଥିବା ଶ୍ରମିକ ମାନେ ବିଭିନ୍ନ ସମୟରେ ଭିଡ଼ିଓ ଜାରି କରି ଓଡିଶା ଫେରାଇ ନେବାକୁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି।
ମହାରାଷ୍ଟ୍ର ଓ କାର୍ଣ୍ଣାଟକରେ ଥିବା ଓଡ଼ିଆ ଶ୍ରମିକଙ୍କ ଉପଯୁକ୍ତ ଯତ୍ନ ନେବା ପାଇଁ ଏହି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏନେଇ ଏକ ଟ୍ୱିଟ କରି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ଏଦୁରପା ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଥିଲେ। ଓଡ଼ିଆ ଲୋକଙ୍କ ଖାଇବା ରହିବା ସହିତ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ପ୍ରତି ଗୁରୁତ୍ୱ ଦେବାକୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟେଲିଫୋନ ଯୋଗେ ଆଲୋଚନା କରିଥିଲେ ।
ସୂଚନାଯୋଗ୍ୟ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ ଅନୁରୋଧ କରିଥିଲେ ତାଙ୍କ ରାଜ୍ୟରେ ଫସି ରହିଥିଲା ଓଡ଼ିଆ ଲୋକଙ୍କୁ ସହଯୋଗ କରିବାକୁ । ଏନେଇ ସମସ୍ତ ଖର୍ଚ୍ଚ ଓଡିଶା ସରକାର ବହନ କରିବେ ବୋଲି କହିଥିଲେ ।