ବେଙ୍ଗାରଲୁରୁ(ଏଟିଆର ବ୍ୟୁରୋ): କର୍ଣ୍ଣାଟକରେ ୧୫ ଟି ବିଧାନସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ମୋଟ ୩୭.୭୮ ଲକ୍ଷ ଭୋଟର ଆଜି ନିଜର ମତଦାନ ସାବ୍ୟସ୍ତ କରିବେ । ୧୭ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ ପରେ ଖାଲି ପଡିଥିବା ପଦ ପାଇଁ ଆଜି ଉପନିର୍ବାଚନ ହୋଉଛି । ଏହି ଉପନିର୍ବାଚନ ରାଜ୍ୟରେ ବିଜେପି ଶାସିତ ବିଏସ ୟେଦୁରପ୍ପା ସରକାରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ ।
ତେବେ ୟେଦୁରପ୍ପା ସରକାର ଶାସନ ଗାଦିରେ ବସିବାକୁ ହେଲେ ବିଧାନସଭାର ଏହି ୧୫ଟି ଆସନ ମଧ୍ୟରୁ ୬ଟି ଆସନରେ ଜିତିବା ପାଇଁ ପଡିବ । ଆଜି ହୋଉଥିବା ୧୫ଟି ଆସନର ଉପ ନିର୍ବାଚନ ରେ ୧୨ଟିରେ କଂଗ୍ରେସ ଏବଂ ୩ଟିରେ ଜେଡିଏସ କବଜାରେ ରହିଛି । ଆଜି ହେଉଥିବା ନିର୍ବାଚନର ଫଳାଫଳ ଆସନ୍ତା ୯ ତାରିଖ ଦିନ ପ୍ରକାଶ ପାଇବ । ତେବେ ଦେଖିବାର ଅଛି କର୍ଣ୍ଣାଟକର ଜନ ସାଧାରଣ କେଉଁ ଦଳକୁ ଭୋଟ ଦେଇ ସରକାର ଗଡିବା ପାଇଁ ସୁଯୋଗ ଦେଉଛନ୍ତି ।