କରତାରପୁର(ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ମୋଦି ଆଜି କରତାରପୁର କରିଡର ଉଦଘାଟନ କରିଛନ୍ତି । ମୋଦି ଆଜି ସକାଳେ ସୁଲତାନପୁର ଲେଧୀରେ ପହଞ୍ଚିଥିଲେ । ସେଠାରେ ବେର ସାହେବ ଗୁରୁଦ୍ୱାରରେ ମଥା ଟେକିଥିଲେ । ଏଠାରେ ମୋଦିଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସ୍ୱାଗତ କରିଥିଲେ । ଏହା ପରେ ପ୍ରଧାନମନ୍ତ୍ରୀ କରତାରପୁର କରିଡର ଇଣ୍ଟିଗ୍ରେଟେଡ ଚେକ ପୋଷ୍ଟର ଉଦଘାଟନ ପାଇଁ ଗୁରୁଦାସପୁରର ଡେରା ବାବ ନାନକ ବାହାରିଥିଲେ । ସେଠାରେ ସେ କରତାରପୁର କରିଡର ଉଦଘାଟନ କରିଥିଲେ ।
ବହୁ ପ୍ରତିକ୍ଷା ପରେ ଆଜି ୪.୭ କିମି କରତାରପୁର ସାହିବ କରିଡର ଶ୍ରଦ୍ଧାଳୁ ମାନଙ୍କ ପାଇଁ ଖୋଲା ଯାଇଛି । ଏହା ଦ୍ୱାରା ଭାରତର ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକ ସାହେବ ଠାରୁ ପାକିସ୍ତାନ କରତାରପୁର ସ୍ଥିତ ଗୁରୁଦ୍ୱାର ଦରବାର ସାହିବକୁ ସିଧାସଳଖ ସଂଯୋଗ ହୋଇପାରିଛି । ଶିଖ ଧର୍ମର ପ୍ରତିଷ୍ଠାତା ଶ୍ରୀଗୁରୁ ନାନକ ଦେବ ଜୀଙ୍କ ୫୫୦ ତମ ଜୟନ୍ତୀ ପୂର୍ବରୁ କରତାରପୁର କରିଡର ଉଦଘାଟନ କରାଯାଇଛି । ଆସନ୍ତା ୧୨ ତାରିଖରେ ଗୁରୁ ନାନକଙ୍କ ଜୟନ୍ତୀ ପାଳନ ହେବ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତରୁ ୫୦୦ ଜଣ ଯାତ୍ରୀଙ୍କ ଯାତ୍ରାକୁ ଶୁଭାରମ୍ଭ କରିଛନ୍ତି ।
ଏହି ଯାତ୍ରୀ ମାନଙ୍କ ମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମେ।।ହନ ସିଂହ, କେନ୍ଦ୍ରମନ୍ତ୍ରୀ ହରସିମରତ କୌର, ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ, ପଞ୍ଜାବର ସାଂସଦ ଓ ବିଧାୟକ ମାନେ ସାମିଲ ଅଛନ୍ତି । ପ୍ରତ୍ୟକ ଦିନ ୫୦୦୦ ଶ୍ରଦ୍ଧାଳୁ କରତାରପୁର ସାହିବ ଦର୍ଶନ କରିବା ପାଇଁ ଯିବେ ବୋଲି ସୂଚନା ରହିଛି । ଏହି ଉଦଘାଟନ ଉତ୍ସବରେ ପ୍ରଧାନମନ୍ତ୍ର ମୋଦିଙ୍କ ସହ ବିଜେପି ସାଂସଦ ସନି ଦେଓଲ, କେନ୍ଦ୍ରୀୟ ମନ୍ତ୍ରୀ ହରଦୀପ ପୁରୀ ଓ ଶିରୋମଣି ଅକାଳୀ ଦଳର ନେତା ସୁଖବୀର ସିଂହ ଉପସ୍ଥିତ ଥିଲେ ।
Punjab: Prime Minister Narendra Modi, BJP MP from Gurdaspur, Sunny Deol, Union Minister Hardeep Puri and Shiromani Akali Dal's Sukhbir Badal at Dera Baba Nanak. #Kartarpur pic.twitter.com/eBO2RzjPH7
— ANI (@ANI) November 9, 2019