ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆମ ଆଦମି ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଆଜି ଅନ୍ତିମ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି କେଜ୍ରିୱାଲ । ଗତକାଲି କେଜ୍ରିୱାଲ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିବା ବେଳେ ରୋଡ ଶୋରେ ବିଳମ୍ବ ହେବାରୁ ସେ ପାର୍ଥୀ ପତ୍ର ଦାଖଲ କରି ପାରିନଥିଲେ । ଅନ୍ୟପଟେ ଆଜି ପାର୍ଥୀ ପତ୍ର ଦାଖଲ ବେଳେ ବିରୋଧୀ ବିରୋଧ କରିଥିବା ଦେଖିବାକୁ ମିଳିଛି ।
କେଜ୍ରିୱାଲ ଧାଡିରେ ନଯାଇ ସିଧା ଯାଇ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ଏହାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ସ୍ୱାଧୀନ ବିଧାୟକ ପ୍ରାର୍ଥୀପତ୍ର ଏହି ଅଭିଯୋଗ ଆଣିଛନ୍ତି । ତେବେ ଆଜି କେଜ୍ରିୱାଲ ନିଜ ପାର୍ଥୀ ପତ୍ରରେ ଦେଇଥିବା ସତ୍ୟପାଠରେ ଦର୍ଶାଇଛନ୍ତି ତାଙ୍କ ପାଖରେ ମୋଟ ୨ କୋଟି ୯ ଲକ୍ଷ ଟଙ୍କାର ସମ୍ପତ୍ତି ରହିିଛି । ସେଥିମଧ୍ୟରେ ୩୦୦ ଗ୍ରାମର ସୁନା ଓ ୨୪ ଗ୍ରାମର ରୂପା ରହିଛି । ତାଙ୍କ ପତ୍ନୀଙ୍କ ନାମରେ ୪୧ ଲକ୍ଷ ଟଙ୍କାର ଋଣ ରହିଛି ବୋଲି ସେ ଦର୍ଶାଇଛନ୍ତି ।