ମହାରାଷ୍ଟ୍ର( ଏଟିଆର ବ୍ୟୁରୋ): କଥାରେ ଅଛି ସତ ଥିଲେ ଭାତ ମିଳେ । ଆଉ ଯଦି ଠକ ମନବୃତ୍ତି ରହେ ମଣିଷ ଖାଇବା ଥାଳିରୁ ଭାତ ଆପେ ଆପେ କୁଆଡେ ଉଭେଇ ଯାଏ । ତେଣୁ ସଚ୍ଚୋଟତା ହିଁ ମଣିଷ ଜୀବନର ସଫଳତାର ଚାବି କାଠି । ଠକ ମଣିଷ ସବୁବେଳେ ଠିକଣା ବେଳେ ନିଜେ ଠକାମିରେ ପଡେ । କର୍ଜ ନେଇ ନ ସୁଝିବା ମଣିଷ ଏ ଦୁନିଆରେ ଅନେକ ଅଛନ୍ତି । ହେଲେ ୨୨ ବର୍ଷ ତଳେ ନେଇଥିବା ୨୦୦ ଟଙ୍କା କର୍ଜ ସୁଝିବା ପାଇଁ ଜଣେ କେନିଆରୁ ଭାରତ ଆସିବା । ଏଘଣାଟି ଆପଣଙ୍କ ପାଇଁ ନୂଆ ହୋଇଥିବ ନିଶ୍ଚୟ । କିନ୍ତୁ ଏମିତି ଏକ ଘଟଣା ଘଟିଛି ମହାରାଷ୍ଟ୍ରର ଓøରଙ୍ଗାବାଦରେ ।
ବର୍ତ୍ତମାନ କେନିଆର ନ୍ୟାରିବାରି ରେ ସାଂସଦ ରହିଥିବା ରିଚଡ ନ୍ୟାଗାକା ଟୋଙ୍ଗି ୨୨ ବର୍ଷ ତଳେ ଭାରତର ଓøରଙ୍ଗାବାଦର ଏକ ଲୋକାଲ ମ୍ୟାନେଜମେଣ୍ଟ କଲେଜରେ ପାଠ ପଢୁଥିଲେ । ସେ ସେହି ସମୟରେ ସେଠାକାର କାଶିନାଥ ଗୱଲୀ ନାମକ ଜଣେ ବ୍ୟକ୍ତିଙ୍କ ଠାରେ ୨୦୦ ଟଙ୍କା କର୍ଜ ହୋଇ ଯାଇଥିଲା । ଯାହାକୁ ସୁଝିବାକୁ ସେ ସୁଦୁର କେନିଆରୁ ଭାରତ ଆସିଛନ୍ତି । ସେ ପ୍ରଥମେ କାଇନାଥଙ୍କ ଘରେ ପହଞ୍ଚି ଥିଲେ । ସେଠାରେ ତାଙ୍କ କବାଟରେ ଠକଠକ କରିବା ପରେ କାଇନାଥ କବାଟ ଖୋଲିଥିଲେ । ମାତ୍ର କାଶିନାଥ ତାଙ୍କୁ ଜାଣି ପାରି ନଥିଲେ ।
ଜଣେ ବିଦେଶୀଙ୍କୁ ନିଜ ଦୁଆରେ ଦେଖି ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ପରେ ରିଚଡ ନିଜର ପରିଚୟ ଦେବା ସହିତ ସେ ୨୨ ବର୍ଷ ତଳେ କର୍ଜ କରିଥିବା ଟଙ୍କା କଥା ମନେ ପକେଇ ଥିଲେ । ଏବଂ ସେ ସେହି ଋଣ ପରିଶୋଧ କରିବା ପାଇଁ ଆସିଥିବା କହିଛନ୍ତି । ତେବେ ଏହାକୁ ନେଇ କାଶିନାଥ କହିଛନ୍ତି ମୁଁ ମୋ ନିଜକୁ ବିଶ୍ୱାସ କରି ପାରୁନି । ଆଜି ଏମିତି ବି ସଚ୍ଚୋଟ ଲୋକ ଅଛନ୍ତି । ସେହିଭଳି କର୍ଜ ନେଇଥିବା ସାଂସଦ କହିଛନ୍ତି ଏଠାରେ ପଢିବା ସମୟରେ ମୋର ସ୍ଥିତି ବହୁତ ଖରାପ ଥିଲା । ଏହି ବ୍ୟକ୍ତି ମତେ ସେତେବେଳେ ସାହାର୍ଯ୍ୟ କରିଥିଲେ । ତେଣୁ ତାଙ୍କ କର୍ଜ ସୁଝିବା ସହିତ ତାଙ୍କୁ ଧନ୍ୟବାଦ ଦେବାକୁ ମୁଁ ବହୁତ ଦିନ ହେଲା ଚିନ୍ତା କରୁଥିଲି ।