କୋଲକାତା ( ଏଟିଆର ବ୍ୟୁରୋ): ନିର୍ବାଚନ ଫଳଫଳ ବାହାରିବାକୁ ପନ୍ଦର ଦିନ ବିତି ସାରିଥିଲେ ମଧ୍ୟ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନାଁ ନେଉନି । ପ୍ରତି ଦିନ ଏଠାରେ ଦେଖିବାକୁ ମିଳୁଛି ନିର୍ବାଚନୀ ହିଂସା । ସୋମବାର ଦିନ ୨୪ ପଗଣାରେ ଦୁଇ ଜଣ ଟିଏମସି କର୍ମୀଙ୍କୁ ହତ୍ୟା କରାଯାଇଥିବା ବେଳେ ହାୱଡାରେ ଜଣେ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିଲା । ମମତାଙ୍କୁ ବିରୋଧ କରି ଆଜି ବିଜେପି କର୍ମୀ କୋଲକାତାର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିପିନ ବିହାରି ଗାଙ୍ଗୁଲି ଷ୍ଟ୍ରୀଟ୍ରେ ବିକ୍ଷୋଭକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠି ଚାର୍ଜ କରିଛି ।
West Bengal: Kolkata police baton charge at BJP workers on Bepin Behari Ganguly Street. They were marching towards Lal Bazar protesting against TMC govt. pic.twitter.com/NZrYcTspeo
— ANI (@ANI) June 12, 2019
ସୂଚନା ଅନୁସାରେ ବିକ୍ଷୋଭକାରୀ ମାନେ ଥାନାକୁ ଘେରାଉ କରିବାକୁ ଯାଉଥିବା ସମୟରେ ପୋଲିସ ସେମାନଙ୍କ ଉପରକୁ ପାଣି ପକାଇ ଘଉଡାଇବାକୁ ଚେଷ୍ଟା କରିଥିଲା । ମାତ୍ର ବିକ୍ଷୋଭକାରୀ ପୋଲିସ ଉପରକୁ ଇଟା ପଥର ବୃଷ୍ଟି କରିଥିଲେ । ଯାହାର ପ୍ରତିବାଦରେ ପୋଲିସ ଲାଠି ଚାର୍ଜ କରିଥିବା ଜଣାପଡିଛି । ବିଜେପି କର୍ମୀ ମାନେ ବିକ୍ଷୋଭ କରୁଥିବା ବେଳେ ଜୟ ଶ୍ରୀରାମ ନାରା ଦେଉଥିବା ଦେଖିବାକୁ ମିଳିଥିଲା ।
ଅନ୍ୟପକ୍ଷେ ଗତକାଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିୀ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଥିଲେ ପଶ୍ଚିମବଙ୍ଗକୁ ଗୁଜୁରାଟରେ ପରିଣତ କରିବା ପାଇଁ ଯୋଜନା ଚାଲିଛି । ସେ ଆହୁରି ମଧ୍ୟ କହିଛନ୍ତି ମୁଁ ରାଜ୍ୟପାଳଙ୍କ ଆଦର କରୁଛି କିନ୍ତୁ ସବୁ ପଦବୀର ଗୋଟିଏ ସାମ୍ବିଧାନିକ ସୀମା ରହିଛି । ବଙ୍ଗଳକାକୁ ବଦନାମ କରିବାକୁ ଚେଷ୍ଟା କରାଯାଉଛି । ସେହିଭଳି ବଙ୍ଗଳାବାସୀଙ୍କୁ ଆହ୍ୱାନ ଦେଇ ଦିଦି କହିଛନ୍ତି ‘ ଆପଣମାନେ ଯଦି ବଙ୍ଗଳାର ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି ଆମ ସାଥ ଦିଅନ୍ତୁ ବୋଲି ସେ କହିଛନ୍ତି ।