ମୁମ୍ବାଇ ( ଏଟିଆର ବ୍ୟୁରୋ): ଆଇସିସି କ୍ରିକେଟ ୱାଲଡ କପ ସେମିଫାଇନାଲ ମ୍ୟାଚରେ ନ୍ୟୁଜଲାଣ୍ଡ ଠାରୁ ହାରି ଭାରତ ଘରକୁ ଫେରିଛି । ବର୍ଷା ଯୋଗୁ ଦୁଇଦିନ ହୋଇଥିବା ଏହି ଗୁରୁତ୍ୱପୂଣ୍ଣ ମ୍ୟାଚରେ ଭାରତ ନ୍ୟୁଜଲାଣ୍ଡ ଠାରୁ ୧୮ ରନ ବ୍ୟବଧାନରେ ପରାସ୍ତ ହୋଇଛି । ଯାହାକୁ ନେଇ କାଲି ସମଗ୍ର ଦେଶ ନିରାଶ ହୋଇଛି । ଏମିତି କିି କେତେକ ସ୍ଥାନରେ ଭାରତର ପରାସ୍ତକୁ ସହି ନପାରି କ୍ରିକେଟ ପ୍ରେମୀ କାନ୍ଦି ପକାଇଛନ୍ତି । ଏମିତି କି ଜଣେ କ୍ରିକେଟ ପ୍ରେମୀ ଭାରତର ପରାଜୟକୁ ସହଜରେ ଗ୍ରହଣ କରି ନପାରି ହୃଦଘାତରେ ମୃତ୍ୟୁ ହାଇଥିବା ଖବର ମଧ୍ୟ ସାମ୍ନାକୁ ଆସିଛି ।
ଭାରତର ନୈରାଶ୍ୟ ଜନକ ପ୍ରଦର୍ଶନ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଖେଳ ଆରମ୍ଭରୁ ଗୋଟିଏ ପରେ ଗୋଟିଏ ୱିକେଟ ଯିବାକୁୁ ଲାଗିଲା । ମାତ୍ର ଯେତେବେଳେ ଧୋନି ପଡିଆକୁ ଓହ୍ଲାଇଥିଲେ ସେତେବେଳ ସମସ୍ତଙ୍କ ଆତ୍ମ ବିଶ୍ୱାସ ବଢିଗଲା କି ଧୋନି କିଛି ଗୋଟେ ବଡ ଧରଣର ପରିବର୍ତ୍ତନ କରିବେ । ମାତ୍ର ଧୋନି ୭୦ ଟି ବଲରେ ମାତ୍ର ୫୦ ରନ କରିବାକୁ ସକ୍ଷମ ହୋଇଥିଲେ । ଯାହାକୁ ନେଇ କିଛି ଲୋକ ଧୋନିକୁ ସମାଲୋଚନା କରିଛନ୍ତି ।
Namaskar M S Dhoni ji.Aaj kal main sun rahi hun ke Aap retire hona chahte hain.Kripaya aap aisa mat sochiye.Desh ko aap ke khel ki zaroorat hai aur ye meri bhi request hai ki Retirement ka vichar bhi aap mann mein mat laayiye.@msdhoni
— Lata Mangeshkar (@mangeshkarlata) July 11, 2019
କେହି କେହି କହିଛନ୍ତି ଧୋନି ଖେଳରୁ ଅବସର ନେବା ଉଚିତ । ତେବେ ଏନେଇ ଭାରତର ଜଣାଶୁଣା ଗାଇକା ଲତା ମଗେଂସ୍କର ଏକ ଭାବ ବିହ୍ୱଳ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ମୁଁ ଶୁଣିବାକୁ ପାଉଛି ଆପଣ ଖେଳରୁ ଅବସର ନେବାକୁ ଚାହୁଁଛନ୍ତି । ଆପଣ ଏମିତି ଚିନ୍ତା କରନ୍ତୁ ନାହିଁ ଦେଶକୁ ଆପଣଙ୍କ ଖେଳର ଜରୁରି ଅଛି । ମୁଁ ଅନୁରୋଧ କରୁଛି ଆପଣ ଅବସର ବିଷୟରେ ଚିନ୍ତା କରନ୍ତୁ ନାହିଁ ।