ଏଟିଆର ବ୍ୟୁରୋ: ଆଉ ମାତ୍ର କିଛି ଦିନ ର ଅପେକ୍ଷା ସରିଯିବ ପୁରୁଣା ବର୍ଷ ଆସିବ ନୂଆ ବର୍ଷ । ନୂଆବର୍ଷ ଆରମ୍ଭରୁ ଲୋକେ ଘରକୁ ନୂଆବର୍ଷର କ୍ୟାଲେଣ୍ଡର ଆଣିଥାନ୍ତି । କିନ୍ତୁ ଘରକୁ କ୍ୟାଲେଣ୍ଡର ଆଣିବା ପୂର୍ବରୁ ଜାଣି ରଖନ୍ତୁ କଣ ରହିଛି ବାସ୍ତୁ ସମ୍ବନ୍ଧୀୟ ନିୟମ । ଆସନ୍ତୁ ଜାଣିବା..
– ବାସ୍ତୁ ଅନୁଯାୟୀ ଘରର ଦକ୍ଷୀଣ କାନ୍ଥରେ ନୂଆବର୍ଷ କ୍ୟାଲେଣ୍ଡର ଲଗାଇବା ଉଚିତ୍ ନୁହେଁ । ଏଭଳି କରିବା ଦ୍ୱାରା ଶୁଭ କାର୍ଯ୍ୟରେ ବାଧା ସୃଷ୍ଟି ହେବା ସହ ସ୍ୱାସ୍ଥ୍ୟ ଖରାପ ରହିଥାଏ ।
– କଦାପି ଘରର ମୁଖ୍ୟ ଦ୍ୱାର ପଛରେ ସାମ୍ନାରେ କିମ୍ବା ଗେଟ୍ ରେ ଲଗାଇବା ଉଚିତ୍ ନୁହେଁ । ଏହି ନିୟମ ନମାନିଲେ ପରିବାରର ପ୍ରଗତିରେ ବାଧା ଉପୁଜେ ।
– ଘରେ ଚିରା କ୍ୟାଲେଣ୍ଡର ରଖିବା ଉଚିତ୍ ନୁହେଁ । ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ଉତ୍ପନ୍ନ ହୁଏ ।
– ବାସ୍ତୁଅନୁଯାୟୀ ଘରର ପୂର୍ବ. ପଶ୍ଚିମ ଓ ଉତ୍ତର ଦିଗ କାନ୍ଥରେ ନୂଆବର୍ଷ କ୍ୟାଲେଣ୍ଡର ଲଗେଇବା ଉଚିତ୍ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ଉତ୍ପନ୍ନ ହୁଏ । ଏହାସହିତ ଖୁସୀର ବାତାବରଣ ଖେଳିଯାଇଥାଏ ।