ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଆଜି ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଶେଷ ହେଉଥିବା ବେଳେ ଏବେ ପୁଣି ମେ ୩୧ ଯାଏଁ ଲକ୍ ଡାଉନ୍ କୁ ବୃଦ୍ଧି କରାଯାଇଛି । ଆହରି ୧୪ ଦିନ ପାଇଁ ଏହି ଲକ୍ ଡାଉନ୍ କୁ ବଢାଇବା ଲାଗି ନ୍ୟାସନାଲ ମ୍ୟାନେଜମେଣ୍ଟ ଜିଜାଷ୍ଟର ଅଥରିଟି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ NEC କୁ ଗାଇଡଲାଇନରେ ସଂଶୋଧନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ରାଜ୍ୟ ଆସନ୍ତା ମେ ୩୧ ତାରିଖ ପର୍ଯ୍ୟନ୍ତ ଲକ୍ ଡାଉନ୍ ବଳବତ୍ତର ରଖିବା ପାଇଁ କୁହାଯାଇଛି ।
ଆସନ୍ତା କାଲି ମାନେ ସୋମବାରଠାରୁ ଆରମ୍ଭ ହୋଇଯିବ ୪ର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ । ମାତ୍ର ତୃତୀୟ ପର୍ଯ୍ୟାୟ ଲକ୍ ଡାଉନ୍ ଅପେକ୍ଷା ୪ର୍ଥ ପର୍ଯ୍ୟାୟ ଲକ୍ ଡାଉନ୍ ରେ ଅନେକ କିଛି କୋହଳ ନୀତି ଅବଲମ୍ବନ କରାଯିବ ବୋଲି ଆକଳନ କରାଯାଉଛି ।