ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୋଟେପଟେ ମୁକେଶ ଅମ୍ବାନୀ ଜଣେ ସଫଳ ବ୍ୟକ୍ତି, ସେହିପରି ଅନ୍ୟପଟେ ତାଙ୍କ ପତ୍ନୀ ନୀତା ଅମ୍ବାନୀ ଫ୍ୟାସନ ମାମଲାରେ ବଲିଉଡ ହସିନାଙ୍କୁ ବି ପଛରେ ପକାଇ ଦେଇଥାନ୍ତି । କିନ୍ତୁ ଆପଣମାନେ ଜାଣିନଥିବେ କି ସଫଳ ବ୍ୟକ୍ତି ମୁକେଶ ଅମ୍ବାନୀଙ୍କୁ ବିବାହ କରିବା ପାଇଁ ନୀତା ଅମ୍ବାନୀ ଏକ ବଡ ସର୍ତ୍ତ ରଖିଥିଲେ । ଯେଉଁ ସର୍ତ୍ତକୁ ମୁକେଶ ଅମ୍ବାନୀ ପୂରଣ ବି କରିଥିଲେ ।
ପ୍ରକୃତରେ ନୀତା ଗୁଜୁରାଟି ପରିବାରର । ନୀତାଙ୍କ ପରିବାର ସଙ୍ଗୀତ ଏବଂ ଶାସ୍ତ୍ରୀୟ ନୃତ୍ୟକୁ ଖୁବ୍ ପସନ୍ଦ କରନ୍ତି । ଏହାସହିତ ତାଙ୍କ ମା’ ଜଣେ ପ୍ରଖ୍ୟାତ ଗୁଜୁରାଟି ଲୋକନର୍ତ୍ତକି ଥିଲେ । ନୀତା ଯେତେବେଳେ ୮ ବର୍ଷର ଥିଲେ, ସେବେଠାରୁ ତାଙ୍କ ମା’ ନୀତାଙ୍କୁ ନୃତ୍ୟ ଶିଖାଇବା ଆରମ୍ଭ କରିଥିଲେ । ପିଲାଦିନରୁ ନୀତାଙ୍କର ନୃତ୍ୟପ୍ରତି ରୁଚି ରହିଥିଲା । ଏହାପରେ ଧୀରେ ଧୀରେ ଭାରତନାଟ୍ୟମର ଜଣେ କୁଶଳ ନୃତ୍ୟାଙ୍ଗନା ହୋଇଯାଇଥିଲେ ନୀତା ।
ସୂଚନାଯୋଗ୍ୟ, ନୀତା ନିଜର ଖର୍ଚ୍ଚ ଉଠାଇବା ପାଇଁ ଏକ ସ୍କୁଲରେ ୮୦୦ ଟଙ୍କା ବେତନରେ ଚାକିରୀ କରିଥିଲେ । ଏହା ତାଙ୍କର ପେଷା ନଥିଲା ବରଂ ପିଲାଙ୍କୁ ପଢାଇବା ତାଙ୍କର ବଡ ରୁଚି ଥିଲା । ସେ ଡରୁଥିଲେ କି ବିବାହ ପରେ ଯେପରି ତାଙ୍କର ଏହି ରୁଚି କି କିଏ ଛଡାଇ ନନିଅନ୍ତୁ । ସେଥିପାଇଁ ସେ ମୁକେଶ ଅମ୍ବାନୀଙ୍କ ପାଖରେ ସର୍ତ୍ତ ରଖିଥିଲେ ଯେ ବିବାହ ପରେ ବି ତାଙ୍କର ଏହି ରୁଚିକୁ ଆଗକୁ ବଢାଇବାକୁ ଚାହୁଁଛନ୍ତି । ଏହାପରେ ମୁକେଶ ଅମ୍ବାନୀ ବି ନୀତାଙ୍କ ସର୍ତ୍ତକୁ ଗ୍ରହଣ କରିଥିଲେ ।