ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜିକା ସମୟର ପିଲାଙ୍କୁ ଯଦି ଆମେ ଭୂତ କଥା କହିଥାଉ ତେବେ ସେମାନେ ଏସବୁକୁ ହସ ମଜାକରେ ଉଡାଇ ଦେଇଥାନ୍ତି । ମାତ୍ର ଏହି କଥାକୁ ଯଦି ଆମେ ପୁରୁଣାକାଳିଆ ଲୋକଙ୍କୁ କହିବା ସେମାନେ ଏହାକୁ ଅତି ଆଦରର ସହିତ ଶୁଣିଥାନ୍ତି । ଓ ତାଙ୍କ ମତ ଦେଇଥାନ୍ତି । ତେବେ ଆମେ ଆଜି ଆପଣଙ୍କୁ ଏମିତି ଏକ ସ୍ଥାନର କଥା କହିବୁ ଯେଉଁଠି ଲାଗେ ଭୂତ ମେଳା । ଏହି ସ୍ଥାନଟି ରହିଛି ମଧ୍ୟପ୍ରଦେଶର ବେତୁଲ ଜିଲ୍ଲା ଠାରୁ ୪୨ କିଲୋମିଟର ଚିଚୋଲି ତହସିଲ ମୁଖ୍ୟାଳୟ ଠାରୁ ମାତ୍ର ୭ କିଲୋମିଟର ମଲାଜପୁର ନାମକ ଏକ ଗାଁ ପାଖରେ । ଯେଉଁଠି ଲାଗେ ଭୂତଙ୍କ ମେଳା । ପ୍ରତିବର୍ଷ ମକର ସଂକ୍ରାନ୍ତ ପରଠାରୁ ଭୂତଙ୍କ ଏହିମେଳା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଚାଲିଥାଏ ।
କୁହାଯାଏ ୧୭୭୦ ମସିହାରେ ଗୁରୁ ସାହେବ ବାବା ନାମକ ଜଣେ ସାଧୁ ଏହି ସ୍ଥାନରେ ନିଜ ଶକ୍ତି ବଳରେ ଲୋକମାନଙ୍କ ସମସ୍ୟା ସମାଧାନ କରିବା ପାଇଁ ପ୍ରେତାତ୍ମା ଛଡାଉଥିଲେ । ଯାହାଙ୍କୁ ସେଠାକାର ଲୋକ ଭଗବାନଙ୍କ ଭଳି ମାନୁଥିଲେ । ବାବାଙ୍କ ପାଖରେ ଏମିତି ଶକ୍ତି ଥିଲା ସେ ଭୁତ ମାନଙ୍କୁ ମଧ୍ୟ ବସିଭୂତ କରି ପାରୁଥିଲେ । ବାବାଙ୍କ ଇଚ୍ଛା ଅନୁସାରେ ତାଙ୍କୁ ବୃକ୍ଷ ତଳେ ସମାଧୀ ଦିଆଯାଇଥିଲା । ଏବଂ ସେହି ସମାଧୀ ପାଖରେ ଏକ ମନ୍ଦିର ନିର୍ମାଣ କରାଯାଇଥିଲା । ତେବେ ବାବାଙ୍କ ସ୍ମରଣରେ ପ୍ରତିବର୍ଷ ମକର ସଂକ୍ରାନ୍ତି ଠାରୁ ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ଏକ ମେଳାର ଆୟୋଜିତ ହୋଇଥାଏ । ତେବେ ଏହି ମେଳା ଚାଲିଥିବା ବେଳେ ସେଠାକୁ ପ୍ରେତାତ୍ମାମାନେ ଆସିଥାନ୍ତି । ଫଳରେ ଏହି ମେଳାକୁ ଭୂତ ମାନଙ୍କ ମେଳା ବୋଲି କୁହାଯାଏ ।