ମଧ୍ୟପ୍ରଦେଶ(ଏଟିଆର ବ୍ୟୁରୋ): ଆଜିର ଯୁଗରେ କୌଣସି କ୍ଷେତ୍ରରେ ମହିଳା ମାନେ ପୁରୁଷ ମାନଙ୍କ ଠାରୁ କମ୍ ନୁହଁନ୍ତି । ତେବେ ସେ ଉଡାଜାହାଜ ଉଡାଇବା ଠାରୁ ସେନାରେ ଭର୍ତ୍ତି ହୋଇ ଶତ୍ରୁ ମାନଙ୍କ ସହ ଲଢିବା ପର୍ଯ୍ୟନ୍ତ । ମହିଳା ମାନେ ସବୁ କିଛି କରିପାରୁଛନ୍ତି । ତେବେ ମଦ ପଇିବା କ୍ଷେତ୍ରରେ ମଧ୍ୟ ମହିଳା ମାନେ ଅଛନ୍ତି । ହେଲେ ବିଭିନ୍ନ ସମୟରେ ଦେଖିବାକୁ ମିଳିଛି ମହିଳା ମାନେ ମଧ ଦୋକାନରୁ ମଦ କିଣିବା ସମୟରେ ଅନେକ ଲୋକ ମାନେ ତାଙ୍କୁ ଏକ ଭିନ୍ନ ଧରଣରେ ଦେଖନ୍ତି । ତେଣୁ ମହିଳା ମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ମଦ ଦୋକାନ ଖୋଲା ଯିବାର ବ୍ୟବସ୍ଥା କରାଯାଇଛି । ଏଭଳି ଏକ ନିଷ୍ପତି ନେଇଛନ୍ତି ମଧ୍ୟପ୍ରଦେଶ ସରକାର ।
ଏହାକୁ ନେଇ ମଧ୍ୟପ୍ରଦେଶ ସରକାର କହିଛନ୍ତି ଯେ, ମହିଳା ମାନେ କିଭଳି ଭାବେ ବିନା କିଛି ଅସୁବିଧାରେ ମଦ କିଣି ପାରିବେ ସେନେଇ ଏପ୍ରକାରର ଯୋଜନା କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏହି ସ୍ୱତନ୍ତ୍ର ମଦ ଦେକାନ ମଧ୍ୟପ୍ରଦେଶର ଭୋପାଳ, ଜବଳପୁର, ଇନ୍ଦୋର ଓ ଗୋୱାଲିୟରରେ ଖୋଲାଯିବ । ଏହି ମଦ ଦୋକାନ ମାନଙ୍କରେ ମହିଳା ମାନେ ପସନ୍ଦ କରୁଥିବା ବିଭିନ୍ନ ବିଦେଶୀ ମଦ ବ୍ରାଣ୍ଡ ରଖାଯିବ । ସୂଚନା ଅନୁସାରେ ଏହି ସ୍ୱତନ୍ତ୍ର ମଦ ଦୋକାନ ମାନଙ୍କ ଠାରୁ ସରକାର କୌଣସି ପ୍ରକାରର ଅତ୍ୟାଧିକ ଟ୍ୟାକ୍ସ ନେବେ ନାହିଁ । ଯେଉଁଭଳି ଭାବରେ ଅନ୍ୟ ମଦ ଦେକାନ ମାନଙ୍କରେ ଯେଉଁ ମୂଲ୍ୟ ମଦ ମିଳୁଛି ସେହିପରି ଏହି ମଦ ଦୋକାନରେ ସେହି ମୂଲ୍ୟରେ ମଦ ମିଳିବ । ଯଦି ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରି ହୁଏ ତେବେ ଅଗକୁ ଅନ୍ୟ ଅଞ୍ଚଳରେ ଏହି ମଦ ଦୋକାନ ଖୋଲା ଯିବ ।
କେବଳ ଏତିକି ନୁହେଁ ରାଜ୍ୟରେ ୧୫ଟି ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ନୂତନ ମଦ ଦୋକାନ ଖୋଲିବାକୁ ମଧ୍ୟପ୍ରଦେଶ ସରକାର ନିଷ୍ପତି ନେଇଛନ୍ତି । ଅନ୍ୟପଟେ କର୍ମଶିଆଲ ଟ୍ୟାକ୍ସ ଡିପାର୍ଟମେଣ୍ଟର ଆଡଶିନାଲ ଚିଫ ସେକ୍ରେଟାରୀ ଆଇ ସି ପି କିଶୋରୀଙ୍କ କହିବା ଅନୁସାରେ ଏହି ସମସ୍ତ ମହିଳା କାଉଣ୍ଟର ମାନଙ୍କରେ ଦାମୀ ବିଦେଶା ମଦ ମିଳିବ ଯେଉଁ ମଦ ଗୁଡିକ ସାଧାରଣତଃ ମଧ୍ୟପ୍ରଦେଶରେ ମିଳି ନଥାଏ ଏହି ସମସ୍ତ ମଦ ଗୁଡିକୁ ଏହ୍ ମହିଳା କାଉଣ୍ଟରରେ ଉପଲବଧ କରାଯିବ ।