ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଜୁନ୍ ୧ ଯାଏଁ ଲକଡାଉନ ବଢାଇଲେ ମହାରାଷ୍ଟ୍ର ସରକାର । ଏହାସହିତ ବାହାର ରାଜ୍ୟରୁ ମହାରାଷ୍ଟ୍ରକୁ ଆସିଲେ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ । ଆସନ୍ତା ଜୁନ୍ ୧ ତାରିଖ ସକାଳ ୭ଟା ଯାଏ ମହାରାଷ୍ଟ୍ରରେ କଟକଣା ବଳବତ୍ତର ରହିବ । ମାଲ ଗାଡିରେ ଦୁଇ ଜଣରୁ ଅଧିକ ଯାଇ ପାରିବେ ନାହିଁ ।
ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମିତ ମାମଲା କମ ଥିଲା କିନ୍ତୁ ଅଚାନକ ବୁଧବାର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୬,୭୮୧ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।