କୋଲକତା(ଏଟିଆର ବ୍ୟୁରୋ): ନାଗରିକତା ଆଇନକୁ ପୁଣି ବିରୋଧ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜି । ଏହି ଅବସରରେ ହୋଇଥିବା ଏକ ରାଲିରେ ଉଦବୋଧନ ଦେଇ ମମତା କହିଛନ୍ତି ଏବେ ବିଜେପିକୁ ଏକୁଟିଆ କରିବାକୁ ସମୟ ଆସିଛି । ଅନ୍ୟ ଛୋଟବଡ ଦଳ ମମତାଙ୍କୁ ସାଥ ଦେବାକୁ ଅପିଲ କରିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଆପଣମାନେ ଖାଲି ମୋ ସହିତ ଏକାଠି ରୁହନ୍ତି କୌଣସିବି ଲୋକକୁ ବିତାଡିତ ହେବାକୁ ପଡିବ ନାହିଁ । ଗତ ଶନିବାର ମଧ୍ୟ ମମତା ନାଗରିକତା ଆଇନକୁ ବିରୋଧ କରି ଧାରଣା ଦେଇଥିଲେ । ତେବେ ଏହାକୁ ନେଇ ପ୍ରଦେଶ ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ପ୍ରତିକ୍ରିୟା ରଖି କହିଛନ୍ତି ମମତା ବାନାର୍ଜିଙ୍କ ରାଲିରେ ତାଙ୍କ ଦଳ ତୃଣମୂଳ କଂଗ୍ରେସର ସମର୍ଥକ ଯୋଗ ଦେଉ ନାହାନ୍ତି ।