କୋଲକାତା ( ଏଟିଆର ବ୍ୟୁରୋ): ଚଳିତ ନିର୍ବାଚନ ବେଳଠାରୁ ମୋଦିଙ୍କୁ ବିରୋଧ କରି ଆସୁଥିବା ଦିଦି ଏବେ ମୋଦିଙ୍କୁ ସାକ୍ଷାତ କରି ପାରନ୍ତି । ପ୍ରଶାସନିକ ଆଲୋଚନା ନେଇ ଖୁବ ଶୀଘ୍ର ଦିଦି ପ୍ରଧାନମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟି ପାରନ୍ତି ବୋଲି ବିଶେଷ ସୂତ୍ରରୁ ଖବର ପ୍ରକାଶ ପାଇଛି । ଗତକାଲି ଦିଦିଙ୍କର ଦିଲ୍ଲୀ ଗସ୍ତ ରହିଛି । ଏହି ଅବସରରେ ଦିଦି ସେଠାରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରନ୍ତି ବୋଲି ଆଲୋଚନା ଜୋର ଧରିଛି ।
ଜଣେ ଅଧିକାରୀଙ୍କ କହିବା ଅନୁସାରେ ଦିଦିଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପାଇଁ ପ୍ରସ୍ଥାବ ଦିଆଯାଇଥିଲା । ଏହି ବୈଠକ ବୁଧବାର ହୋଇପାରେ । ଏହି ବୈଠକ ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । କାରଣ ଏବେ କୋଲକତାର ଅନେକ ନେତା ସାରଦା ଚିଟଫଣ୍ଡ ମାମଲାରେ ସିବିଆଇ ସ୍କାନରରେ ଅଛନ୍ତି । ତେବେ ଦିଦିଙ୍କ ଏହି ସାକ୍ଷାତ ଅନେକାଶଂରେ ତୃଣମୂଳ କଂଗ୍ରେସ ନେତାଙ୍କୁ ସହାୟ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।