କୋଲକାତା( ଏଟିଆର ବ୍ୟୁରୋ): ପଶ୍ଚିମବଙ୍ଗରେ ଚାଲିଥିବା ଡାକ୍ତରଙ୍କ ଆନ୍ଦୋଳନ ଆଜି ସପ୍ତମ ଦିନରେ ପହଞ୍ଚିଛି । ତେବେ ଡାକ୍ତର ଓ ସରକାରଙ୍କ ଅଧ୍ୟରେ ହେବାକୁ ଥିବା ଆଲୋଚନାର ସିଧାପ୍ରସାରଣ ପାଇଁ ସହମତି ପ୍ରକାଶ କରିଛନ୍ତି ମମତା ବାନାର୍ଜୀ । ସୂଚନାଯୋଗ୍ୟ ଗତ ସପ୍ତାହରେ ଏନଆରଏସ ମେଡିକାଲ କଲେଜ ଏବଂ ହସ୍ପିଟାଲରେ କାର୍ଯ୍ୟରତ ୨ ଜଣ ଜୁନିୟର ଡାକ୍ତରଙ୍କ ଉପରେ ଆକ୍ରମଣ କରିଥିଲେ ରୋଗୀଙ୍କ ସମ୍ପର୍କୀୟ । ଯାହାକୁ ନେଇ ଜୁନିୟର ଡାକ୍ତର ମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ ।
ଗତ ଏକ ସପ୍ତାହ ହେଲା ପଶ୍ଚିମବଙ୍ଗରେ ସ୍ୱାସ୍ଥ୍ୟ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇ ପଡିଛି । ଏନେଇ ସରକାର ଓ ଆନ୍ଦୋଳନରତ ଡାକ୍ତରଙ୍କ ମଧ୍ୟରେ ଆଜି ଆଲୋଚନା ହେବା ପାଇଁ ଦିନ ସ୍ଥିର ହୋଇଥିଲା । ମାତ୍ର ଆନ୍ଦାଳନରତ ଡାକ୍ତରଙ୍କ ପକ୍ଷରୁ ଦାବି ରହିଥିଲା ସରକାରଙ୍କ ସହିତ ହେବାକୁ ଥିବା ଆଲୋଚନାର ସିଧାପ୍ରସାରଣ । ମାତ୍ର ଏହାକୁ ପ୍ରତ୍ୟାଖାନ କରିଥିଲେ ରାଜ୍ୟ ସରକାର । କୌଣସି ମିଡିଆକୁ ଆଲୋଚନାକୁ ଡକାଯିବ ନାହିଁ ବୋଲି କହିଥିଲେ ।
ମାତ୍ର ଶେଷରେ ଆନ୍ଦୋଳନ କାରୀଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇଛନ୍ତି ମମତା । ସିଧାପ୍ରସାରଣ ପାଇଁ ସହମତି ପ୍ରଦାନ କରିଛନ୍ତି ଦିଦି । ହରତାଳ ଡାକ୍ତରଙ୍କୁ ଆଜି ଆଲୋଚନା କରିବା ପାଇଁ ଚିଠି ଦିଆଯାଇଥିଲା । ତେବେ ବୈଠକ ସମ୍ପର୍କରେ ତାଙ୍କୁୂ କୌଣସି ଚିଠି ମିଳିନଥିବା ସେମାନେ ଅଭିଯୋଗ କରିଥିଲେ । ତେବେ ଆଉ କିଛି ସମୟ ପରେ ସଚିବାଳୟ ପାଖରେ ଏନେଇ ବୈଠକ ହୋଇପାରେ ବୋଲି ସୂଚନା ମିଳିଛି ।