ହାଇଦ୍ରାବାଦ(ଏଟିଆର ବ୍ୟୁରୋ):ଗତକାଲି ରାତିରେ ହାଇଦ୍ରାବାଦ ସ୍ଥିତ ନଗର ଇଲାକାରେ ମୁଶଳଧାରାରେ ବର୍ଷା ହୋଇଥିଲା । ଏବଂ ତଳିଆ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଘରେ ପାଣି ପଶିଯାଇଥିଲା । ଯାହାଫଳରେ ଲୋକମାନେ ନାହିଁ ନଥିବା ଅସୁବିଧାର ସମୁଖୀନ ହୋଇଥିଲେ । ଏହାସହିତ ଆପାର୍ଟମେଣ୍ଟ ତଳେ କାର ଭିତରେ ଶୋଇଥିବା ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୃତକଙ୍କ ନାଁ ଗୋପି ବୋଲି ଜଣା ପଡିଛି ।
ଖବରମୁତାବକ, ନଗର ଇଲାକାରେ ଥିବା କୁକଟପଲ୍ଲୀ ଜୟାନଗର କଲୋନୀର ଏକ ଆପାର୍ଟମେଣ୍ଟରେ ଗତକାଲି ବର୍ଷା ପାଣି ପଶି ଯାଇଥିଲା । ଆପାର୍ଟମେଣ୍ଟ ତଳେ ଥିବା କାର ଭିତରେ ଗୋପି ନାମକ ଡ୍ରାଇଭର ଜଣକ ଶୋଇଥିଲେ । ବର୍ଷା ପାଣିର ଫ୍ଲୋ ଏତେ ମାତ୍ରାରେ ଥିଲା ଯେ କାର ଭିତରେ ପାଣି ପଶିଯାଇଥିଲା । ଫଳରେ ଡ୍ରାଇଭର ଜଣଙ୍କର ମୃିତ୍ୟୁ ହୋଇଥିଲା ।
ଅନ୍ୟପଟରେ ଦମକଳବାହିନୀ ଖବର ପାଇ ଘଟଣା ସ୍ଥଳରେ ପହଁଚି ମଟର ଦ୍ୱାରା ଆପାର୍ଟ ମେଣ୍ଟ ତଳୁ ପାଣିକୁ ବାହାର କରି, ଗୋପିର ଶବକୁ ଉଦ୍ଧାର କରିଥିଲେ । ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ଗାନ୍ଧୀନଗର ହସ୍ପିଟାଲକୁ ପଠାଇ ଦେଇଛି । ଏବଂ ଏନେଇ ତଦନ୍ତ କରୁଛି ।