ନାଗପୁର ( ଏଟିଆର ବ୍ୟୂରୋ) : ହାଇଦ୍ରାବାଦରେ ଡାକ୍ତର ପ୍ରିୟଙ୍କା ରେଡ୍ଡୀଙ୍କ ହତ୍ୟାକାଣ୍ଡକୁ ନେଇ ଏବେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଆଉ ସହିବାର ନୁହେଁ ଦୋଷୀକୁ ଉପଯୁକ୍ତ ଶାସ୍ତି ଦେବା ପାଇଁ ଦାବି ହେଉଛି । ଶୋସିଆଲ ମିଡିଆ ଠାରୁ ଆରମ୍ଭ କରି ବଡ ବଡ କଲେଜ ଓ ସଂଗଠନରେ ମଧ୍ୟ ପ୍ରତିକ୍ର୍ରିୟା ଦେଖିବାକୁ ମିଳୁଛି । ତେବେ ମହାରାଷ୍ଟ୍ରର ନାଗପୁର ଠାରେ ଏବେ ଏହାର ମହା ପ୍ରଭାବ ଦେଖିବାକୁ ମିଳିଛି ।
ବୈଦ୍ଧ ନକଦ ଲେନରେ ଜଣେ ଯୁବକ ପଡୋଶୀ ଜଣଙ୍କ ଘରକୁ ଯିବା ଆସିବା କରନ୍ତି । ସେହି ଘରେ ଜଣେ ଛୋଟ ନାବାଳିକା ରୁହନ୍ତି । ଗତକାଲି କୌଣସି କାମ ନେଇ ନାବାଳିକା ଜଣଙ୍କର ମା ବାହାରକୁ ଯାଇଥିଲେ । ଏହାର ସୁଯୋଗ ନେଇ ଯୁବକ ଜଣଙ୍କ ନାବାଳିକାଙ୍କ ସହ ଅନୈତିକ ସଂମ୍ପର୍କ ରଖିବାକୁ ଚେଷ୍ଟା କରୁଥିଲେ । ଯାହା ନାବାଳିକାଙ୍କ ମା ଙ୍କ ନଜରରେ ପଡି ଯାଇଥିଲା । ନାବାଳିକାଙ୍କ ମା ପାଟି କରିବାରୁ ପଡୋଶୀ ଗ୍ରାମବାସୀ ମାନେ ଏକାଠି ହୋଇଥିଲେ । ଶେଷରେ ଯୁବକ ଜଣଙ୍କୁ କାବୁ କରି ହାତ ଗୋଡ ବାନ୍ଧି ଉଲଗ୍ନ କରି ନିଦ୍ଧୁର୍ମ ଛେଚି ଥିଲେ । ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୁବକକୁ ଥାନାକୁ ନେଇ ପଚରା ଉଚରା ଆରମ୍ଭ କରିଛି ।