ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନାଗରିକତା ସଂଶୋଧନ ବିଲ୍ ର ବିରୋଧ ଲଗାତର ଭାବେ ବଢିବାରେ ଲାଗିଛି । ଏବେ ଏହି ବିରୋଧ ରେସ୍ ରେ ଜଣେ ନିର୍ମାତାଙ୍କ ନାଁ ଯୋଡି ହୋଇ ଯାଇଛି । ଫିଲ୍ମ ନିର୍ମାତା ଅରିବମ ଶ୍ୟାମ ନାଗରିକତା ବିଲ୍ ବିରୋଧରେ ପଦ୍ମଶ୍ରୀ ପୁରସ୍କାରକୁ ଫେରାଇ ଦେଇଛନ୍ତି । ବର୍ଷ ୨୦୦୬ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ମଣିପୁରର ଜଣେ ଜଣା ଶୁଣା ଫିଲ୍ମ ନିର୍ମାତା ଏବଂ କମ୍ପୋଜର ହେଉଛନ୍ତି ଅରିବମ ଶ୍ୟାମ । ରବିବାର ଇମ୍ଫାଲ ସ୍ଥିତ ନିଜ ବାସଭବନରେ ଅରିବକ ଘୋଷଣା କରିଛନ୍ତି କି, ନାଗରିକତା ବିଲ୍ ବିରୋଧରେ ସେ ପଦ୍ମଶ୍ରୀ ଆୱାର୍ଡ ଫେରାଇବାକୁ ନିଷ୍ପତି ନେଇଛନ୍ତି ।
ବର୍ଷ ୨୦୧୬ରେ ଲୋକସଭାରେ ଶୀତକାଳୀନ ଅଧିବେସନ ଦ୍ୱାରା ନାଗରିକତା ସଂଶୋଧନ ବିଲ୍ ଆଗତ ହୋଇଥିଲା ।
ଏହି ପ୍ରସ୍ତାବିତ ଆଇନର ଲକ୍ଷ ବାଂଗଲାଦେଶ, ପାକିସ୍ତାନ ଏବଂ ଆଫଗାନିସ୍ତାନରୁ ଧାର୍ମିକ ଅତ୍ୟାଚାରରୁ ଭାଗି ଭାରତକୁ ଆସିଥିବା ହିନ୍ଦୁ , ଶିଖ୍, ବୌଦ୍ଧ, ଜୈନ, ପାର୍ସି ଏବଂ ଇସାଇ ଧର୍ମକୁ ନାଗରିକତା ପ୍ରଦାନ କରିବା ।
କଂଗ୍ରେସର ମହାସଚିବଙ୍କ କହିବାନୁଯାୟୀ, ଏହି ନାଗରିକତା ସଂଶୋଧନ ବିଲ୍ ବିରୋଧ ପଛରେ ଆମର କୌଣସି ଆଧର ନାହିଁ । ପ୍ରଥମ କଥା ହେଉଛି କୌଣସି ଆଇନ୍ ଧର୍ମ ଆଧାର ଉପରେ ଟାର୍ଗେଟ୍ କରିବା ଉଚିତ୍ ନୁହେଁ । ଏହା ସାମ୍ବୀଧାନକ ମୂଳ ଭାବନାର ବିରୋଧ ଅଟେ ।