ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଧ୍ୟପ୍ରଦେଶର ଗ୍ୱାଲିୟରରେ ଆଜି ବାୟୁସେନାର ମିଗ୍ ୨୧ଟ୍ରେନର ବିମାନ ଦୁର୍ଘଟଣା ଗସ୍ତ ଘଟିଛି । ବିମାନରେ ଥିବା ଗୃପ କ୍ୟାପ୍ଟନ ଏବଂ ସ୍କ୍ୱାଡ୍ରନ ଲିଡର ଦୁହେଁ ସୁରକ୍ଷିତ ଭାବେ ବିମାନରୁ ବାହାରି ପଡିଛନ୍ତି । ଏଥିରେ ଅନ୍ୟ କାହାରି କ୍ଷତି ହୋଇ ଥିବା ଜଣା ପଡି ନାହିଁ ।
ଆଧିକାରିକ ସୂତ୍ର ଅନୁଯାୟୀ , ବିମାନଟି ନିୟମିତ ମିଶନରେ ଥିଲା ଏବଂ ସକାଳ ପାଖାପାଖି ୧୦ ଟା ସମୟରେ ଦୁର୍ଘଟଣା ଗସ୍ତ ହୋଇଛି । ଏଥିରେ ଥିବା ଦୁଇ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରି ଯାଇଛନ୍ତି । ସେପଟେ ଦୁର୍ଘଟଣାର କାରଣ ଜାଣିବା ପାଇଁ ଆଇଏଏଫ୍ ପକ୍ଷରୁ ‘କୋର୍ଟ ଅଫ୍ ଇଂକ୍ୟୁାରୀ’ ଆଦେଶ ଦିଆଯାଇଛି ।
ଖବରମୁତାବକ, ପ୍ରତିରକ୍ଷା ରାଜ୍ୟ ମନ୍ତ୍ରୀ ଶ୍ରୀପଦ ନାୟକ ଜୁନ୍ ମାସ ୨୦୧୯ ରେ କହିଥିଲେ କି, ଭାରତୀୟ ବାୟୁସେନା ୨୦୧୬ ମସିହା ପରେ ଦୁର୍ଘଟଣାରେ ୧୫ଟି ଯୁଦ୍ଧ ବିମାନ ଏବଂ ହେଲିକପ୍ଟର ସମେତ ୨୭ଟି ବିମାନକୁ ହରେଇଛି । ପାକିସ୍ତାନ ସହିତ ହୋଇଥିବା ‘ଡଗ ଫାଇଟ’ ରେ ଦୁର୍ଘଟଣାଗସ୍ତ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନଙ୍କ ମିଗ୍-୨୧ କୁ ବି ଏଥିରେ ସାମିଲ କରାଯାଇଥିଲା । ଯାହା ପାକିସ୍ତାନ ବାୟୁସେନା ବିମାନ ସହିତ ଲଢେଇ କରି ଫେବୃଆର ୨୭ ରେ କ୍ଷତିଗ୍ରସ୍ତ ହୋଇଥିଲା ।