ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ହମଲାର ୧୨ ଦିନ ପରେ ଭାରତୀୟ ବାୟୁସେନା ପାକିସ୍ତାନ ରେ ପଶି ଆତଙ୍କବାଦୀ କ୍ୟାମ୍ପ ଉପରେ ବୋମା ବର୍ଷଣ କରିଛି । ପାକିସ୍ତାନୀ ଅଧିକୃତ କଶ୍ମରୀ କ୍ଷେତ୍ରକୁ ପାର୍ କରି ବାୟୁସେନା ଅଧିକାରୀ ଖୈବର ପଖତୁନଖୱାର ବାଲାକୋଟ ରେ ଜୈସର ପୁରୁଣା କ୍ୟାମ୍ପ ଉପରେ ହମଲା କରିଛନ୍ତି । କ୍ୟାମ୍ପର ମୁଖିଆ ଅଜହର ମସୁଦା ଙ୍କ ଶଳା ୟୁସୁଫ ଅଜହର ଏହି କ୍ୟାମ୍ପରେ ଥିଲେ ।
ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ କହିଥିଲେ କି ଯଦି ଭାରତ ହମଲା କରେ ତେବେ ପାକିସ୍ତାନ ଚୁପ୍ ବସିବ ନାହିଁ । ଏହାର ଜବାବ ପାକିସ୍ତାନ ବି ଦେବ । ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରେ ହୋଇଥିବା ଆତଙ୍କୀ ହମଲା ପରେ ଭାରତ-ପାକିସ୍ତାନ ମଧ୍ୟରେ ଶତ୍ରୁତା ବଢିଯାଇଥିଲା । ସବୁଠୁ ବଡ କଥା ହେଉଛି ୧୯୪୭ରେ ଦେଶ ଭାଗ ହେବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁଇଟି ଯୁଦ୍ଧ ହୋଇସାରିଛି । ତେବେ ଆସନ୍ତୁ ଜାଣିବା ଦୁଇଟି ଦେଶରେ ଥିବା ସେନାଙ୍କ ଶକ୍ତି କେତେ ରହିଛି ।
ସାରା ବିଶ୍ୱର ସେନାଙ୍କ ଶକ୍ତିକୁ ଆକଳନ କରୁଥିବା ସଂସ୍ଥା ଗ୍ଲୋବାଲ ଫାୟର ପାବରଙ୍କ ମୁତାବକ, ଭାରତ ସାମ୍ନାରେ ପାକିସ୍ତାନ ସେନାଙ୍କ ଶକ୍ତି ବହୁତ କମ୍ । ପ୍ରତ୍ୟେକ କ୍ଷେତ୍ରରେ ପାକିସ୍ତାନୀ ସେନାଙ୍କ ଶକ୍ତି ଭାରତ ଠାରୁ ଅଧା ।
ପାକିସ୍ତାନ ପାଖରେ ୧,୨୮୧ ଯୁଦ୍ଧ ବିମାନ ରହିଥିବା ବେଳେ ଭାରତର ଯୁଦ୍ଧ ବିମାନ ସଂଖ୍ୟା ୨,୧୮୫ । ସେହିପରି ଭାରତ ପାଖରେ ୪,୪୨୬ ଟ୍ୟାଙ୍କ ଥିବା ବେଳେ ପାକିସ୍ତାନ ପାଖରେ କେବଳ ୨୧୮୨ ଟ୍ୟାଙ୍କ ରହିଛି । ୧୩୬ ଦେଶର ଇଣ୍ଡେକ୍ସରେ ଚତୁର୍ଥ ସ୍ଥାନରେ ଭାରତ ରହିଛି । ଏହି ତାଲିକାର ୧୭ତମ ସ୍ଥାନରେ ପାକିସ୍ତାନ ।
ଇଣ୍ଟରନ୍ୟାସନାଲ ଇଂଷ୍ଟିଚ୍ୟୁଟ୍ ଅଫ୍ ଷ୍ଟ୍ରାଟେଜିକ୍ ଷ୍ଟଡିଜ୍ ଅନୁସାରେ ବର୍ଷ ୨୦୧୮ରେ ଭାରତ ସରକାର ତାଙ୍କ ୧୪ ଲକ୍ଷ ସକ୍ରିୟ ସେନାଙ୍କ ପାଇଁ ୫୮ ଆରବ ଡଲାର ର ରକ୍ଷା ବଜେଟ ପାରିତ ହୋଇଥିଲା । ଏହି ଧନ ରାଶି ଭାରତୀୟ ଜିଡିପିର ୨.୧ ପ୍ରତିଶତ ।
ସେହିପରି ଗତବର୍ଷ ପାକିସ୍ତାନ ତାର ୬,୫୩,୦୦୦ ସେନାଙ୍କ ପାଇଁ ୧୧ ଆରବ ଡଲାର ର ରକ୍ଷା ବଜେଟ୍ ପାସ୍ କରିଥିଲା । ଏହି ଧନ ରାଶି ପାକିସ୍ତାନ ଜିଡିପିର ୩.୬ ପ୍ରତିଶତ ।
ଷ୍ଟକହୋମ ଇଣ୍ଟରନ୍ୟାସନାଲ ପିସ ରିସର୍ଚ୍ଚ ଇଂଷ୍ଟିଚ୍ୟୁଟ୍ ଅନୁସାରେ ବର୍ଷ ୧୯୯୩ ରୁ ୨୦୦୬ ମଧ୍ୟରେ ପାକିସ୍ତାନ ତାଙ୍କ ସେନାଙ୍କ ଉପରେ ୨୦ ପ୍ରତିଶତ ଅଧିକ ବଜେଟ ଖର୍ଚ୍ଚ କରିଛନ୍ତି । ଏହି ମୁତାବକ ୨୦୧୭ରେ ସରକାରୀ କ୍ଷେତ୍ରରେ ୧୬.୦୭ ପ୍ରତିଶତ ସେନାଙ୍କ ଉପରେ ଖର୍ଚ୍ଚ ହୋଇଥିଲା । ସେହିପରି ଭାରତ ପକ୍ଷରୁ ଏହି ଅବଧିରେ ସେନାଙ୍କ ଉପରେ ବଜେଟର ୧୨ ପ୍ରତିଶତ ଖର୍ଚ୍ଚ କରାଯାଇଥିଲା । ବର୍ଷ ୨୦୧୭ରେ ତାହା ୯.୧ ପ୍ରତିଶତ ହୋଇଥିଲା ।