ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚନ୍ଦ୍ରଯାନ ମିଶନର ସଫଳତା ପାଇଁ ଅଣ୍ଟା ଭିଡିଛି ଇସ୍ରୋ । ସେହିଅନୁଯାୟୀ ଆଜି ଆଉ ପାଦେ ଆଗକୁ ବଢିବ ଇସ୍ରୋ । ଅପରାହ୍ନ ୪ଟାରେ ଲୋୟର ଅର୍ବିଟରେ କରାଯିବ ଡିବୁଷ୍ଟିଂ ।
ଆସନ୍ତା ୨୩ ତାରିଖରେ ସଫ୍ଟ ଲ୍ୟାଣ୍ଡିଂ କରିବ ଲ୍ୟାଣ୍ଡର ବିକ୍ରମ । ସେଥିରୁ ପ୍ରଜ୍ଞାନ ବାହାରକୁ ଆସି ଚନ୍ଦ୍ର ପୃଷ୍ଠରୁ ଆବଶ୍ୟକୀୟ ସୂଚନା ପଠାଇବ । ଯଦି ଏହା ସଫଳ ହୁଏ ତେବେ ଆମେରିକା, ଋଷ, ଚୀନ ପରେ ଭାରତ ହେବ ଚତୁର୍ଥ ରାଷ୍ଟ୍ର ।