ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମାରାତ୍ମକ ଭାଇରସ କରୋନ ପାଇଁ ଏବେ ଦେଶର ମାହେଲା ପୁରା ବିଗିଡି ଯାଇଛି । ଏହି ଭାଇାରସକୁ ହରାଇବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାର ଲାଗିପଡିଛନ୍ତି । କରୋନା ହରାଇବାକୁ ହେଲେ ନିଜେ ସଚେତନ ରହିବା ନିହାତି ଆବଶ୍ୟକ । ମାତ୍ର ଏଭଳି କିଛି ଲୋକ ଅଛନ୍ତି , ଯେଉଁମାନେ କରୋନାକୁ ନେଇ ଅନେକ ଗୁଜବ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି । ଯେଉଁଥି ପାଇଁ ଲୋକେ ଅଧିକ ଭୟବୀତ ହୋଇ ପଡୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସୋସିଆଲ ମିଡିଆ ଅପବ୍ୟବହାରକାରୀଙ୍କୁ ସଚେତନ କରାଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ ।
ସେ କହିଛନ୍ତି କି, ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଯଦି କୌଣସି ବ୍ୟକ୍ତି ସେମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଯଥା ହ୍ୱାଟ୍ସଆପ୍, ଫେସବୁକ୍, ଏବଂ ଟ୍ୱିଟରରେ ସତ୍ୟତା ନଥାଇ ଯଦି କୌଣସି ଗୁଜବ ପ୍ରସାର ପ୍ରଚାର କରନ୍ତି ବା ସେହି ଗୁଜବକୁ ଅନ୍ୟକୁ ଫରୱାର୍ଡ କରନ୍ତି, ତେବେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା । ଯଦି ଏହି ନିୟମ କେହି ଉଲ୍ଲଘଂନ କରନ୍ତି ତେବେ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି ।