ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୨୧ ଦିନ ଯାଏଁ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଇତିମଧ୍ୟରେ ମୋବାଇଲ ଫୋନ୍ ଅପରେଟର୍ସ ଦୁରସଂଚାର ବିଭାଗ (ଡିଓଟି) ଏବଂ ସେକ୍ଟର ରେଗୁଲେଟର କୁ ଚିଠି ମାଧ୍ୟମରେ ଜଣାଇଛନ୍ତି କି , ଲକ୍ ଡାଉନ୍ ଅବସରରେ ଗ୍ରାହକଙ୍କୁ ଡାଟା ପାଇଁ ବିନା ପେମେଣ୍ଟରେ ସରକାରୀ ସେବା, ଇକମର୍ସ, ଏବଂ ଭୀମ୍ ଆପ୍ ଭଳି ଡିଜିଟାଲ ପେମେଣ୍ଟର ପ୍ଲାଟଫର୍ମ ଏବଂ ଜରୁରୀ ୱେବସାଇଟକୁ ଆକ୍ସେସ କରିବାର ଅନୁମତି ମିଳିବା ଉଚିତ୍ ।
ଜଣେ ସିନିୟର ଟେଲିକମ ଏଗଜିକ୍ୟୁଟିଭ୍ଙ୍କ ମତରେ, ଟେଲିକମ୍ କମ୍ପାନୀ ଗୁଡିକ ଚାହୁଁଛନ୍ତି କି କୋଭିଡ୧୯ ପାଇଁ ଯେଉଁ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗୁ ଅଛି, ସେପର୍ଯ୍ୟନ୍ତ ସରକାରୀ , ବ୍ୟାଙ୍କିଂ ଏବଂ ଜରୁରୀ ସେବାକୁ ଆକ୍ସେସ କରିବା ପାଇଁ ଗ୍ରାହକଙ୍କ ଠାରୁ କୌଣସି ଶୁଳ୍କ ନିଆନଯାଉ ।