ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ନଭେମ୍ବର ପର୍ଯ୍ୟନ୍ତ ବଢାଇବା ପାଇଁ ମଞ୍ଜୁରୀ ଦିଆଯାଇଛି ।
କରୋନା କାଳରେ ମୋଦି ସରାକର ୮୦ ହଜାର ଗରିବଙ୍କୁ ମାଗଣା ରାଶନ ବାଣ୍ଟିଛନ୍ତି । ଯାହାକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନୁଯାୟୀ ବଣ୍ଟାଯାଉଛି । ଏହି ଯୋଜନା ମାର୍ଚ୍ଚ ମାସରେ ଘୋଷଣା କରାଯାଇ ଜୁନ୍ ପର୍ଯ୍ୟନ୍ତ ରଖାଯାଇଥିଲା । କିନ୍ତୁ ଏବେ ଏହାର ଅବଧିକୁ ବୃଦ୍ଧି କରାଯାଇ ନଭେମ୍ବର ମାସ କରାଯାଇଛି ।
ଏହାବ୍ୟତିତ କର୍ମଚାରୀଙ୍କ ଫାଇଦା ପାଇଁ ୨୪ ପ୍ରତିଶତ ଇପିଏଫ ସହାୟତା ପାଇଁ ମଞ୍ଜୁରୀ ମିଳିଛି । ଏହାକୁ ନେଇ କେନ୍ଦ୍ରୀୟ ମନ୍ତ୍ରୀ ପ୍ରକାଶ ଜାଭେଦକର କହିଛନ୍ତି କି ମୋଟ ୪୮୬୦ କୋଟି ଟଙ୍କାର ଅନୁମାନିତ ଖର୍ଚ୍ଚ ସହିତ ଏହାଦ୍ୱାରା ୭୨ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଲାଭ ହେବ । ସେହି କ୍ୟାବିନେଟରେ ଉଜ୍ଜଳା ଯୋଜନା ଅନୁଯାୟୀ ମାଗଣା ଏଲପିଜି ସିଲିଣ୍ଡର ବାଣ୍ଟାଯିବା ଯୋଜନାକୁ ମଞ୍ଜୁରୀ ଦିଆଯାଇଛି ।
ଏହାବ୍ୟତିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ୧.୬୦ ଲକ୍ଷ ଘର ପ୍ରବାସୀ ଶ୍ରମିକଙ୍କୁ ଘରଭଡା ଭାବେ ଦିଆଯିବ । ପାଖାପାଖି ୩.୫ ଲକ୍ଷ ଲୋକ ଶସ୍ତାରେ ଘର ପାଇପାରିବେ । ସେହିପରି ସହରରେ ତିଆରିହୋଇଥିବା ୧୦୮୦୦୦ ଫ୍ଲାଟ ପ୍ରବାସୀ ଶ୍ରମିକଙ୍କୁ ଭଡାରେ ଦିଆଯିବ ।