ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତ ମଙ୍ଗଳବାର ଏନସିସ କ୍ୟାଡେଡକୁ ସମ୍ବୋଧନ କରି ମୋଦି କହିଥିଲେ ଭାରତୀୟ ସେନା ୧୦ ଦିନରେ ପାକିସ୍ତାନ ସେନାକୁ ଧୂଳି ଚଟାଇ ଦେବ । ତେବେ ଏହାର ଏବେ ପ୍ରତିଉତ୍ତର ଦେଇ ପାକିସ୍ତାନ ଚିଇଁକି ଉଠିଛି । ସବୁବେଳେ ଅଶାନ୍ତି ସୃଷ୍ଟି କରୁଥିବା ପାକିସ୍ତାନ ଏବେ ଶାନ୍ତିର ବାର୍ତ୍ତା ବାଣ୍ଟିବା ଆରମ୍ଭ କରି ଦେଇଛି । ମୋଦିଙ୍କର ଏହି ବୟାନର ପ୍ରତି ଉତ୍ତରରେ ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଭାରତର ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ସୀମା ଓ ସୁରକ୍ଷା ପାଇଁ ବିପଦ ହୋଇପାରେ ।
କାଶ୍ମୀର ଓ ଅଳ୍ପ ସଂଖ୍ୟକ ଧ୍ୟାନ ହଟାଇବା ପାଇଁ ମୋଦି ଓ ବିଜେପି ଚେଷ୍ଟା କରୁଛନ୍ତି । ସେହିଭଳି ଭାରତକୁ ଧମକ ଦେଇ ପାକିସ୍ତାନ କହିଛି ବାଲାକୋଟ ଆକ୍ରମଣ ବେଳେ ପାକିସ୍ତାନ ସେନାର ପାରିବାର ପଣିଆ ଭାରତ ଦେଖିଛି । ସେ ସମୟରେ ପାଇଲଟ ଅଭିନନ୍ଦନଙ୍କୁ ବନ୍ଧକ ରଖି ପାକିସ୍ତାନ ସେନା ତାର ପ୍ରମାଣ ଦେଇ ସାରିଛି । ପାକ ସେନାକୁ ସମାଲୋଚନା କରିବାକୁ ଭରତର ଅଧିକାର ନାହିଁ ବୋଲି କହିଛି ପାକିସ୍ତାନ ।